Latest Odisha News

ନନ୍ଦନକାନନରେ ଆଜି ରେକର୍ଡ ସଂଖ୍ୟକ ପର୍ଯ୍ୟଟକ

ଭୁବନେଶ୍ବର: ଆଜି ନନ୍ଦନକାନନରେ ଏ ବର୍ଷର ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ହୋଇଥିଲେ । ଏବେ ବ଼ଡଦିନ ଛୁଟି ସହ ଶନିବାର ରବିବାର ଛୁଟି ଥିବାରୁ ପ୍ରାୟ ୧୧ ହଜାର ୧୪୨ ଜଣ ପର୍ଯ୍ୟଟକ ଆସିଥିବା ଉପନିର୍ଦେଶକ ବିମଳ ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।

କରୋନା ଯୋଗୁଁ ପ୍ରାୟ ନଅ ମାସ ଧରି ବନ୍ଦ ରହିଥିଲା ନନ୍ଦନକାନନ । ଏହି ଡିସେମ୍ବର ମାସରେ ହିଁ ଖୋଲାଯାଇଛି । କରୋନା ପାଇଁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ମାସ୍କ ଓ ସାନିଟାଇଜର ବାଧୟତାମୂଳକ କରାଯାଇଛି ।

Comments are closed.