Latest Odisha News

BREAKING NEWS

ପ୍ରଥମ ମାସିକ ଋତୁସ୍ରାବର ଯନ୍ତ୍ରଣା ସହ୍ୟ କରି ନ ପାରି ଏ ଭଳି ପଦକ୍ଷେପ ଗ୍ରହଣ କଲେ କିଶୋରୀ

ମୁମ୍ବାଇ: ମୁମ୍ବାଇରେ ଏ ଭଳି ଏକ ଘଟଣା ସମ୍ମୁଖକୁ ଆସିଛି ଯାହା କି ଅନେକଙ୍କୁ ବ୍ୟଥିତ କରିଛି । ଏଠାରେ ମାଲବାଣୀ ଅଂଚଳରେ ଜଣେ କିଶୋରୀ ନିଜର ପ୍ରଥମ ମାସିକ ଋତୁସ୍ରାବର ଯନ୍ତ୍ରଣା ସହ୍ୟ କରି ନ ପାରି ଆତ୍ମହତ୍ୟା କରି ଦେଇଛନ୍ତି । ୧୪ ବର୍ଷୀୟା ଏହି ଯୁବତୀର ଏ ଭଳି ପଦକ୍ଷେପ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଋତୁସ୍ରାବ ଆରମ୍ଭ ହେବା ଦିନରୁ ସେ ଚାପରେ ଥିଲେ । ସେ ଏହି ଯନ୍ତ୍ରଣା କଥା ପରିବାରଲୋକଙ୍କୁ କହିଥିଲେ । ଏହା ଏକ ସାଧାରଣ ଘଟଣା ଭାବି କେହି ଗୁରୁତ୍ୱ ଦେଇ ନ ଥିଲେ । ଶେଷରେ ଯୁବତୀ ଜଣଙ୍କ ପଙ୍ଖାରେ ଝୁଲି ପଡିଥିଲେ । ପ୍ରାରମ୍ଭିକ ତଦନ୍ତରେ ପୋଲିସ ହାତରେ କୌଣସି ସନ୍ଦେହଜନକ ପରିସ୍ଥିତି ହସ୍ତଗତ ହୋଇ ନାହିଁ ।

ଋତୁସ୍ରାବ ଆରମ୍ଭ ହେବା ସତ୍ୱେ ସେ ନିକଟରେ ଜଣଙ୍କ ଘରକୁ ସଫାସୁତରା କାମ କରିବା ଯିବା ପରେ ଏକ କାରଖାନାକୁ ମଧ୍ୟ ଯାଉଥିଲେ । ପୋଲିସ ଏବେ ଏହି ନାବାଳିକାର ସାବତ ମାଆ, ବାନ୍ଧବୀ ଓ କାରଖାନା ମାଲିକଙ୍କୁ ମଧ୍ୟ ପଚରାଉଚରା କରୁଛି । ଏହା ବ୍ୟତୀତ ଗୁଗଲ ତଥା ସୋସିଆଲ ମିଡିଆରେ ସେ କଣ ସର୍ଚ୍ଚ କରୁଥିଲେ ତାର ମଧ୍ୟ ତଦନ୍ତ ହେବ । ପୋଲିସ ଏବେ ଡାକ୍ତରଙ୍କ ରିପୋର୍ଟକୁ ଅପେକ୍ଷା କରିଛି ।

Leave A Reply

Your email address will not be published.