Latest Odisha News

BREAKING NEWS

ଚେସ: ନାକାମୁରା କିଙ୍ଗ ଫିଙ୍ଗିବା ବିବାଦ ନାଁ ପବ୍ଲିସିଟି ଷ୍ଟଂଟ

ନୂଆଦିଲ୍ଲୀ: ଆମେରିକା ଷ୍ଟାର ଚେସ ଖେଳାଳି ହିକାରୁ ନାକାମୁରା ଏବେ ପୂନର୍ବାର ଚର୍ଚ୍ଚାରେ ରହିଛନ୍ତି । ଭାରତର ଡି.ଗୁକେଶଙ୍କ ବିପକ୍ଷରେ ବିଜୟ ହାସଲ କରିବା ପରେ ନାକାମୁରା ତାଙ୍କ ରାଜାଙ୍କୁ ଦର୍ଶକଙ୍କ ଉପରକୁ ଫିଙ୍ଗିଥିଲେ । ଯାହାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଟୁର୍ଣ୍ଣାମେଂଟରେ ଆମେରିକା ୫-୦ରେ ଭାରତକୁ ପରାସ୍ତ କରିଥିଲା । ପୂର୍ବତନ ଚେସ ଚାମ୍ପିୟନ ଭ୍ଲାଡିମିର କ୍ରାମନିକଙ୍କ ସମେତ ଅନେକ ଖେଳାଳି ନାକାମୁରାଙ୍କ ବ୍ୟବହାରକୁ ଅସମ୍ମାନଜନକ ବୋଲି କହିଛନ୍ତି । ତେବେ ପ୍ରଶ୍ନ ଉଠୁଛି ନାକାମୁରା ପୂର୍ବରୁ ଏ ଭଳି ବିବାଦୀୟ କାର୍ଯ୍ୟ କେବେ ହେଲେ କରି ନାହାନ୍ତିି ।

ପବ୍ଲିସିଟି ପାଇଁ ସେ ଆୟୋଜକଙ୍କ ଅନୁରୋଧରେ ଏହା କରିଥିବା ଅନୁମାନ କରାଯାଉଛି । ସେ କିଙ୍ଗ ଫିଙ୍ଗିବା ପରେ ଗୁକେଶଙ୍କ କାନରେ କିଛି କହିଥିଲେ, ବୋଧହୁଏ ଏହା ପବ୍ଲିସିଟି ବୋଲି ସେ ତାଙ୍କୁ ସୂଚେଇ ଦେଇଥିଲେ । ଆୟୋଜକ ଏକ ପରୀକ୍ଷଣ କରିବାକୁ ଚାହୁଁଛନ୍ତି । ଯଦି ଏହା ମାଧ୍ୟମରେ ଅଧିକରୁ ଅଧିକ ଚେସପ୍ରେମୀ ଆସିବେ ତେବେ ସ୍ୱାଗତଯୋଗ୍ୟ ବୋଲି ଅନୀଶ ଗିରି କହିଛନ୍ତି । ଏହି ବିବାଦ ପରେ ଚେସପ୍ରେମୀ ଦୁଇ ଭାଗ ହୋଇ ଯାଇଛନ୍ତି । କେତେଜଣ ଏହାକୁ ସମର୍ଥନ କରୁଥିବା ବେଳେ ଅନ୍ୟମାନେ ଏହା ଅପମାନଜନକ ବୋଲି କହିଛନ୍ତି । ସେ ଯାହା ହେଉ ନାକାମୁରାଙ୍କ ଯୋଗୁ ଏବେ କିଛି ଦିନ ହେବ ଚେସ ଚର୍ଚ୍ଚାରେ ରହିଛି ।

Comments are closed.