Latest Odisha News

BREAKING NEWS

ଆଜିଠୁ ଲାଗୁ ହେଲା ଓମଫେଡ କ୍ଷୀରର ବର୍ଦ୍ଧିତ ଦର , ଲିଟର ପିଛା ୨ଟଙ୍କା ବୃଦ୍ଧି

 ଭୁବନେଶ୍ୱର : ଆଜିଠୁ ଲାଗୁ ହେଲା ଓମଫେଡ କ୍ଷୀରର ବର୍ଦ୍ଧିତ ଦର । ଓମଫେଡ କ୍ଷୀରର ଦର ବଢିଛି । ଲିଟର ପିଛା ୨ ଟଙ୍କା ବୃଦ୍ଧି କରିଛି କମ୍ପାନୀ । ଚାଷୀଙ୍କ ଲାଭକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଓମଫେଡ ଗୋଲ୍ଡ ମୂଲ୍ୟ ୫ମିଲି ଲିଟିର ପ୍ରତି ୨୪ ଟଙ୍କା ଏବଂ ଓମଫେଡ ପ୍ରିମିୟମ ଲିଟର ପ୍ରତି ୨୪ ଟଙ୍କା ଏବଂ ଓମଫେଡ ଟୋନଡ କ୍ଷୀର ୨୧ ଟଙ୍କା ବଢିଛି ।

ଯେଉଁ ଦୁଇ ଟଙ୍କା ବଢାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।ସେଥିରୁ ଚାଷୀଙ୍କ ଖାତାକୁ ୧ ଟଙ୍କା ୩୫ ପଇସା ଯିବ ଏବଂ ୧୦ ପଇସା ସୋସାଇଟିକୁ ପଠାଯିବ ।ଏବଂ ୫୫ ପଇସା ପ୍ୟାକେଜିଂ ଏବଂ ଅନ୍ୟ ଖର୍ଚ୍ଚ କରାଯିବ । ରାଜ୍ୟରେ ସମସ୍ତ ଜିନିଷର ଦର ବୃଦ୍ଧି ହେଉଛି । ବିଜୁଳି , ପ୍ୟାକେଜିଂ, ପରିବହନ ଓ ଗାଇର ଦାନା ମୂଲ୍ୟ ବୃଦ୍ଧି ପାଉଛି ।

ତେଣୁ କ୍ଷୀର ଦର ବୃଦ୍ଧି କରାଯିବାର ଆବଶ୍ୟକତା ରହିଛି ବୋଲି ଓମଫେଡ ପକ୍ଷରୁ କୁହାଯାଇଛି । ଏହାଦ୍ୱାରା ଦୁଗ୍ଧ ଉତ୍ପାଦକମାନେ ଅଧିକ ଉତ୍ପାଦନ ପାଇଁ ଉତ୍ସାହିତ ହେବେ ବୋଲି କହିଛି ଓମଫେଡ । ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ସତ୍ୱେ ଦୁଇ ବର୍ଷ ହେବ ଦରବୃଦ୍ଧି କରାଯାଇନଥିବା ସଂସ୍ଥାପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.