Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : କାର୍ତ୍ତିକ ମାସର ପର୍ବପର୍ବାଣୀ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା

BjdElectrycity

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପର୍ବପର୍ବାଣୀ ପାଳନ ବିଷୟରେ ଆଲୋଚନା କରୁ କରୁ ଆମେ କାର୍ତ୍ତିକ ମାସରେ ପଦାର୍ପଣ କରିଛେ। ସନାତନ ଧର୍ମ ଅନୁସାରେ ଏହି ମାସଟି ସବୁଠାରୁ ଅଧିକ ଧାର୍ମିକ ମାସ ହିସାବରେ ବିବେଚିତ ହୋଇଥାଏ । ସମ୍ପୂର୍ଣ୍ଣ ମାସ ସାରା କାର୍ତ୍ତିକ ବ୍ରତ ପାଳିତ ହୋଇଥାଏ। ତଥାପି ଆମେ ଶ୍ରୀମନ୍ଦିର ପରମ୍ପରାରେ କିଛି ବିଶେଷ ଦିନ କଥା ଆଲୋଚନା କରିବା।

କାର୍ତ୍ତିକ ବ୍ରତ :- କାର୍ତ୍ତିକ ମାସ କୃଷ୍ଣ ପକ୍ଷ ପ୍ରତିପଦାଠାରୁ କାର୍ତ୍ତିକ ପୁର୍ଣ୍ଣିମା ପର୍ଯ୍ୟନ୍ତ ଏହି ବ୍ରତ ପାଳିତ ହୋଇଥାଏ। କିନ୍ତୁ ଶ୍ରୀମନ୍ଦିର ପରମ୍ପରା ଅନୁସାରେ ଆଶ୍ୱିନ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥିରୁ କାର୍ତ୍ତିକ ବ୍ରତର ସମସ୍ତ ନୀତି ଆରମ୍ଭ ହୋଇଥାଏ । ମୁଖ୍ୟତଃ ଶ୍ରୀକ୍ଷେତ୍ର ଆଖ ପାଖରୁ ବ୍ରତ କରିବା ପାଇଁ ଶ୍ରଦ୍ଧାଳୁମାନେ ପୁରୀ ଆସିଥାନ୍ତି। ଆଜିକାଲି ସରକାରଙ୍କ ଦ୍ୱାରା ବିଭିନ୍ନ ସୁବିଧା ଯୋଗାଇ ଦିଆଯାଉଥିବାରୁ ଦୂରଦୁରାନ୍ତରରୁ ମଧ୍ୟ ଅନେକ ଶ୍ରଦ୍ଧାଳୁ ଆସୁଛନ୍ତି। ଏମାନଙ୍କୁ ସାଧାରଣରେ ହବିଷିଆଳି ବୋଲି କୁହାଯାଏ। କାରଣ ମାସଟି ଯାକ ଶୁଦ୍ଧ ଆହାର ସହ ରାଇଦାମୋଦର ପୂଜାରେ ଏମାନେ ଲିପ୍ତ ରହନ୍ତି। ପ୍ରତ୍ୟୁଷରୁ ସ୍ନାନ ସହ ଶ୍ରୀଜଗନ୍ନାଥ ଦର୍ଶନ ମଧ୍ୟ ମୂଖ୍ୟ କାର୍ଯ୍ୟ ହୋଇଥାଏ।

ବକ ପଞ୍ଚକ :- କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଏକାଦଶୀଠାରୁ କାର୍ତ୍ତିକ ପୁର୍ଣିମା ପର୍ଯ୍ୟନ୍ତ ପାଞ୍ଚ ଦିନକୁ ପଞ୍ଚୁକ ବୋଲି ବିବେଚନା କାରାଯାଏ। ଶାସ୍ତ୍ରରେ ଏହା ବକ ପଞ୍ଚୁକ ଭାବରେ ଏଥିପାଇଁ ଖ୍ୟାତ ଯେ ଏହି ପାଞ୍ଚ ଦିନ ବକ ବା ବଗ ପକ୍ଷୀ ମଧ୍ୟ ମାଛ ଖାଇବା ଛାଡ଼ିଦେଇଥାଏ। ସର୍ବସାଧାରଣରେ ମଧ୍ୟ ଏହି ଦିନ ମାନଙ୍କରେ ଆମିଷ ଖାଇବା ନିଷିଦ୍ଧ ହୋଇଥାଏ। ଶ୍ରୀମନ୍ଦିରରେ ଏହି ଦିନରେ ଶ୍ରୀଜୀଉମାନଙ୍କ ବିଭିନ୍ନ ବେଶ ଅନୁଷ୍ଠିତ ହୋଇଥାଏ।

କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥିରେ ଲଷ୍ମୀନାରାୟଣ ବେଶ

କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥିରେ ବାଙ୍କଚୂଡ଼ା ବେଶ

କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ତ୍ରୟୋଦଶୀ ତିଥିରେ ହୁଏ

ତ୍ରିବିକ୍ରମ ବେଶ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ହୋଇଥାଏ ଲଷ୍ମୀ ନୃସିଂହ ବେଶ

କାର୍ତ୍ତିକ ମାସ ପୂର୍ଣ୍ଣିମାରେ ହୁଏ ସୁନାବେଶ

ଯଦି ପଞ୍ଚୁକ ପାଞ୍ଚ ଦିନ ନହୋଇ ଛ ଦିନ ହୋଇଥାଏ ତେବେ ସେହିବର୍ଷ ମଳ ତିଥିରେ ନାଗାର୍ଜୁନ ବେଶ ହୁଏ।

ଆଗମୀ ଅଧ୍ୟାୟରେ ପୁଣି ଆଲୋଚନା କରିବା କାର୍ତ୍ତିକ ମାସ ବିଷୟରେ ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନ ।

ଗଗନ ସମିରଣ ଜ୍ୟୋତି
ଯେ ଅବା ସଲିଳ ଧରିତ୍ରୀ।
ନଦୀ ସାଗର ତରୁ ଗଣ
ପର୍ବତ ସ୍ଥାବର ଜଙ୍ଗମ।

Leave A Reply

Your email address will not be published.