Latest Odisha News

BREAKING NEWS

ପୋଲିସ କରୁଥିଲା ଜବତ ବାଣ ଓ ମଦ ଚୋରାଚାଲାଣ ! ହୋମଗାର୍ଡ ଅଟକ

ଖୋର୍ଦ୍ଧା : ଖୋର୍ଦ୍ଧା ଥାନାରୁ ଚୋରା ଚାଲାଣ ବେଳେ ହୋମଗାର୍ଡ ଅଟକ  ।  ଜବତ ହୋଇଥିବା ବାଣ ଓ ମଦ ଏକ କାରରେ ଚୋରାଚାଲାଣ ହେଉଥିବାବେଳେ ଜଣେ ହୋମଗାର୍ଡଙ୍କୁ ଅଟକ ରଖାଯାଇଛି । ବିଳମ୍ବିତ ରାତିରେ ବେଗୁନିଆ ଥାନାରୁ ଚାଲାଣ ହେଉଥିବାବେଳେ ସେ ଧରାପଡିଛନ୍ତି । ସୂଚନା ଅନୁସାରେ ଗତକାଲି ଦିନରେ ବେଗୁନିଆ ପୋଲିସ କଣ୍ଟାବାଡ ଗାଁରୁ ବିପୁଳ ପରିମାଣର ବାଣ ଓ କିଛି ମଦ ଜବତ କରିଥିଲା  । ଦିନରେ ଜବତ ଜିନିଷକୁ ରାତିରେ ଥାନାରୁ ଚେରାଚାଲାଣ କରାଯାଉଥିଲା ।

ପରେ ସ୍ଥାନୀୟ ଲୋକ ଏହାକୁ ଦେଖିବା ପରେ ହରଡଘଣାରେ ପଡିଛି ପୋଲିସ  । ଗାଁ ଲୋକ  ଏବଂ ସରପଞ୍ଚ ଏହି ଘଟଣା ନେଇ ଖୋର୍ଦ୍ଧା SDPOଙ୍କୁ ଖବର ଦେଇଥିଲେ। ଖୋର୍ଦ୍ଧା SDPO ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଚାଲାଣ ହେଉଥିବା ଗାଡିକୁ ଜବତ କରିଛନ୍ତି।  ଚାଲାଣ ବେଳେ ଗାଡିରେ ଜଣେ ହୋମଗାର୍ଡ ଥିବା ସୂଚନା ମିଳିଛି । ତେବେ ବେଗୁନିଆ ପୋଲିସର ଏହି କଳା କାରନାମା ପରେ ପୋଲିସର ସୁରକ୍ଷା ବ୍ୟବସ୍ଥା ଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave A Reply

Your email address will not be published.