Latest Odisha News

BREAKING NEWS

‘ୟୁନିସେଫ’ର ବ୍ରାଣ୍ଡ୍ ଆମ୍ବାସଡ଼ର୍ ଭାବେ ନିଯୁକ୍ତ ହେଲେ ହିମା ଦାସ

ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ାରେ ଭାରତ ଲାଗି ସ୍ୱର୍ଣ୍ଣ ପଦକ ଜିତିଥିବା ସ୍ପ୍ରିଣ୍ଟର୍ ହିମା ଦାସଙ୍କୁ ୟୁନିସେଫ ପ୍ରଥମ ଯୁବ ବ୍ରାଣ୍ଡ୍ ଆମ୍ବାସଡ଼ର୍ ଭାବେ ନିଯୁକ୍ତ କରିଛି । ହିମାଙ୍କ ଏହି ନିଯୁକ୍ତି ଭାରତୀୟ କ୍ରୀଡ଼ାଜଗତକୁ ଗୌରବାନ୍ୱିତ କରିାପାରିଛି ।

ଏସମ୍ପର୍କରେ ୟୁନିସେଫ୍ ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ସୂଚନା ଦିଆଯାଇଛି ।

ଏହି ଅବସରରେ ହିମା କହିଛନ୍ତି, ଏହା ମୋତେ ଖୁବ୍ ଆନନ୍ଦିତ କରିପାରିଛି । ୟୁନିସେଫ୍ ଏହିପରି ଭାବେ ସମ୍ମାନିତ କରିଥିବାରୁ ଏହା ଅନ୍ୟ ପିଲାମାନଙ୍କ ଲାଗି ପ୍ରେରଣା ସଦୃଶ ହୋଇପାରିବ ।

୪୦୦ ମିଟର୍ ଦୌଡ଼ରେ ହିମା ଜାତୀୟ ରେକର୍ଡ଼ କରିଛନ୍ତି । ସେ ୨୦୧୮ ଫିନଲାଣ୍ଡରେ ଅନୁଷ୍ଠିତ ହୋଇଥିବା ୨୦ ବର୍ଷରୁ କମ୍ ବିଶ୍ୱ ଚାମ୍ପିୟନସିପ ୪୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । କୌଣସି ଅନ୍ତର୍ଜାତୀୟ ଦୌଡ଼କୁଦ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିବାରେ ପ୍ରଥମ ଭାରତୀୟ ହେଉଛନ୍ତି ହିମା ।

Leave A Reply

Your email address will not be published.