Latest Odisha News

BREAKING NEWS

ଦେଶର ‘ଶ୍ରେଷ୍ଠ ୧୦ଟି ପୋଲିସ ଷ୍ଟେସନ’ ମଧ୍ୟରେ ଓଡ଼ିଶାର କେଉଁ ଥାନା ରହିଛି, ଜାଣନ୍ତୁ

କଟକ: ନିକଟରେ ‘ଆନୁଆଲ୍ ର‌୍ୟାଙ୍କିଂ ଅଫ ପୋଲିସ୍ ଷ୍ଟେସନ୍ସ – ୨୦୧୮’ ପ୍ରକାଶିତ ହୋଇଛି । ଏହି ସଦ୍ୟ ପ୍ରକାଶିତ ର‌୍ୟାଙ୍କିଂରେ ଦେଶର ଶ୍ରେଷ୍ଠ ୧୦ଟି ପୋଲିସ ଷ୍ଟେସନ ମଧ୍ୟରେ ସ୍ଥାନ ପାଇଛି ଓଡ଼ିଶାର ଏକ ଥାନା । ସୋନପୁର ଜିଲ୍ଲାର ତରଭା ଥାନା ଭାରତର ଏହି ଶ୍ରେଷ୍ଠ ୧୦ଟି ଥାନା ମଧ୍ୟରେ ସ୍ଥାନ ପାଇଛି ।

ସୋନପୁର ଜିଲ୍ଲା ଏସପି ଦେବୀ ପ୍ରସାଦ ଦାଶ ଏବଂ ତରଭା ପୋଲିସ ଷ୍ଟେସନର ଭାରପ୍ରାପ୍ତ ଅଧିକାରୀ ଦୁଲାମଣିି ଭୋଇଙ୍କୁ ଏସମ୍ପର୍କୀତ ମାନପତ୍ର ପ୍ରଦାନ କରିଛନ୍ତି ଡ଼ିଜିପି ଆର୍ ପି ଶର୍ମା ।

ଏହି ମାନପତ୍ର ଭାରତର ଗୃହ ମନ୍ତ୍ରଣାଳୟ ପକ୍ଷରୁ ପ୍ରଦାନ କରାଯାଇଛି ।

ତରଭା ଥାନାର ଏହି ପ୍ରଦର୍ଶନକୁ ପୋଲିସ ରିସର୍ଚ୍ଚ ଏଣ୍ଡ୍ ଡ଼େଭେଲପମେ ବ୍ୟୁରୋ ଦ୍ୱାରା ଚୟନ କରାଯାଇଥିଲା । ପରେ ଡ଼ିଜିପି/ଆଇଜିପିଙ୍କ ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ପରେ ହିଁ ଦେଶର ଶ୍ରେଷ୍ଠ ୧୦ଟି ଥାନା ମଧ୍ୟରେ ସମସ୍ତ କୃତୀତ୍ୱ ହାସଲ କରିଥିବା ଥାନାଗୁଡ଼ିକୁ ଚୟନ କରାଯାଇଥିଲା ।

ଏପରିକି ତରଭା ଥାନା ସମ୍ପର୍କରେ ବିଭିନ୍ନ ତଥ୍ୟ ସ୍ଥାନୀୟ ଜନସାଧାରଣଙ୍କଠାରୁ କ୍ୱାଲିଟି କାଉନସିଲ ଅଫ ଇଣ୍ଡିଆ ଦ୍ୱାରା ଯାଞ୍ଚକରାଯାଇଥିଲା ।

ତରଭାର ଥାନାର ଏହି ସଫଳତାରେ ଡ଼ିଜିପି ସୋନାପୁର ଜିଲ୍ଲା ଏସପି, ଆଇଆଇସି ଏବଂ ଥାନାର ସମସ୍ତ ପୋଲିସ କର୍ମଚାରୀମାନଙ୍କ୍ୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.