Latest Odisha News

ପ୍ରିୟଙ୍କା ଗାନ୍ଧୀଙ୍କ ଘର ଭାଙ୍ଗିବାକୁ ମଧ୍ୟ ପଛାଇବୁ ନାହିଁ: ବିଜେପି ନେତ୍ରୀ

ହିମାଚଳ ପ୍ରଦେଶ: ମୁମ୍ବାଇରେ କଙ୍ଗନାଙ୍କ କାର୍ଯ୍ୟାଳୟ ଭାଙ୍ଗିବା ଘଟଣା ପରେ ହିମାଚଳ ବିଜେପି ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ବଙ୍ଗଳା ଭାଙ୍ଗି ଦେବାକୁ ଧମକ ଦେଇଛନ୍ତି ।

ହିମାଚଳ ପ୍ରଦେଶର ବିଜେପି ମହିଳା ଶାଖା ମୁଖ୍ୟ ମୁମ୍ବାଇରେ କଙ୍ଗନାଙ୍କ କାର୍ଯ୍ୟାଳୟ ଉପରେ ହୋଇଥିବା ଆକ୍ରମଣ କୁ ଏକ ଆଚ୍ଛାଦିତ ଧମକ ବୋଲି କହିବା ସହ, ତାହାର ପୁନରାବୃତ୍ତି ଏଠାରେ ମଧ୍ୟ ହୋଇପାରେ ବୋଲି ଧମକ ଦେଇଛନ୍ତି ।

ରଶ୍ମି ଧର ସୁଦ ଭିଡିଓ ବାର୍ତ୍ତାରେ କଙ୍ଗନାଙ୍କ କାର୍ଯ୍ୟାଳୟକୁ ‘ଭାଙ୍ଗିବା’ ପାଇଁ ଶିବସେନା ବିରୋଧରେ ଅଭିଯାନ ଆରମ୍ଭ କରିବା ବିଷୟରେ କହିଛନ୍ତି। ସେ କହିଛନ୍ତି, “ଯଦି ଆବଶ୍ୟକ ହୁଏ, ତେବେ ଆମେ କଂଗ୍ରେସ ଝିଅ ପ୍ରିୟଙ୍କା ଗାନ୍ଧୀଙ୍କୁ ମଧ୍ୟ ରକ୍ଷା ଦବୁ ନାହିଁ ।” ଶିମଲା ରେ ଥିବା ତାଙ୍କ ଘର କୁ ଭାଙ୍ଗିଦେବାକୁ ମଧ୍ୟ ସେ ପ୍ରତିଶ୍ରୁତି ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର ଏହି ଘଟଣାକୁ ତୀବ୍ର ନିନ୍ଦା କରି କହିଛନ୍ତି, ଶିବସେନା ସରକାର ଦ୍ୱାରା ନିଆଯାଇଥିବା ଏ ପଦକ୍ଷେପ ନିଶ୍ଚିୟ ଭାବେ ଗୋଟିଏ ଭୁଲ ପଦକ୍ଷେପ । କିନ୍ତୁ ମହିଳା ମୋର୍ଚ୍ଚା ମୁଖ୍ୟଙ୍କ କଟୁକ୍ତି କୁ ସେ ସମର୍ଥନ ନ କରୁଥିବା ମିଡ଼ିଆ କୁ କହିଛନ୍ତି ।

ଏଭଳି ବିଭ୍ରାନ୍ତିକର ମତ ତାଙ୍କ ସରକାର କିମ୍ବା ଦଳର ମତ ହୋଇ ନପାରେ ବୋଲି କହିବା ସହ ପ୍ରିୟଙ୍କାଙ୍କ ଘରର ସୁରକ୍ଷା କୁ ସୁନିଶ୍ଚିତ କରିବା ମଧ୍ୟ ତାଙ୍କ ସରକାରଙ୍କ କର୍ତ୍ତବ୍ୟ ବୋଲି ସେ ସ୍ପଷ୍ଟ କରିଛନ୍ତି ।

Comments are closed.