Latest Odisha News

ଓଡିଶାରୁ ସୁସ୍ଥ ହେଲେ ସର୍ବାଧିକ ୪୬୦୧ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୪୬୦୧ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

BjdElectrycity

ସୁସ୍ଥ ହୋଇଥିବା ୪୬୦୧ ଜଣଙ୍କ ମଧ୍ୟରୁ ଖୋର୍ଦ୍ଧାରେ ସର୍ବାଧିକ ୭୪୪ ଆକ୍ରାନ୍ତ ସୁସ୍ଥ, କଟକ ୪୨୫, ସୁନ୍ଦରଗଡ଼ ୨୬୭, ବରଗଡ଼ ୨୪୪, ମୟୂରଭଞ୍ଜ ୨୪୦, ବାଲେଶ୍ବର ୧୮୭, ଯାଜପୁର ୧୮୫, କେନ୍ଦ୍ରାପଡ଼ା ୧୭୯, ଅନୁଗୁଳ ୧୬୭, ଗଞ୍ଜାମ ୧୫୭, ପୁରୀ ୧୩୨, ଭଦ୍ରକ ୧୩୦, ଜଗତସିଂହପୁର ୧୩୦, ଝାରସୁଗୁଡ଼ା ୧୩୦, କେନ୍ଦୁଝର ୭୮, ସମ୍ବଲପୁର ୭୭, କୋରାପୁଟ ୭୪, ନୂଆପଡ଼ା ୭୪, ନବରଙ୍ଗପୁର ୫୯, ଢେଙ୍କାନାଳ ୫୦, ନୟାଗଡ଼ ୪୮, ରାୟଗଡ଼ା ୪୫, କଳାହାଣ୍ଡି ୩୭, ବଲାଙ୍ଗିର ୩୩, ସୋନୁପୁର ୩୩, କନ୍ଧମାଳ ୩୨, ବୌଦ୍ଧ ୩୧, ଦେବଗଡ଼ ୨୬, ମାଲକାନଗିରି ୨୪, ଗଜପତିରୁ ୨୩ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଉଲ୍ଲେଖଯୋଗ୍ୟ, ଓଡିଶାରେ ବର୍ତ୍ତମାନ ସୁଦ୍ଧା ୧,୪୩,୧୧୭ଟି ମାମଲା ରହିଥିବା ବେଳେ ମୋଟ୍ ୧,୧୨,୦୬୨ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏଥିସହିତ ୬୦୫ ଜଣ ମୃତ୍ୟୁବରଣ କରିଛନ୍ତି।

Leave A Reply

Your email address will not be published.