Latest Odisha News

କୁଲ୍ଲୁରେ ଭୂସ୍ଖଳନ: ଚାଲିଗଲା ୬ ଜୀବନ, ଏକାଧିକ ଆହତ

ହିମାଚଳପ୍ରଦେଶ: ରବିବାର ଅପରାହ୍ନରେ କୁଲ୍ଲୁ ଜିଲ୍ଲାର ଧାର୍ମିକ ସହର ମଣିକର୍ଣ୍ଣଠାରେ ଭୂସ୍ଖଳନ ହୋଇଛି । ଏଥିରେ ୬ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ମଣିକର୍ଣ୍ଣ ସାହିବ ଗୁରୁଦ୍ବାର ସାମ୍ନା ପାହାଡରେ ଭୂସ୍ଖଳନ ହୋଇ ଏକ ଗଛ ଭାଙ୍ଗି ଯାଇ ତଳକୁ ଖସିପଡିଥିଲା । ଯାହା ଫଳରେ ତଳେ ଛିଡା ହୋଇଥିବା ଅନେକ ଗାଡି କ୍ଷତିଗ୍ରସ୍ତ ହୋଇଥିଲା ଓ ସେହି ଗାଡିରେ ଥିବା ଲୋକେ ଆହତ ମଧ୍ୟ ହୋଇଛନ୍ତି ଓ ୬ ଜଣଙ୍କର ମୃତ୍ୟୁ ଘଟିଛି ।

ଏସଡିଏମ କୁଲ୍ଲୁ ବିକାଶ ଶୁକ୍ଲା କହିଛନ୍ତି, “ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପ୍ରଶାସନ ଦଳ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଢାଲପୁର ଡାକ୍ତରଖାନାକୁ ଅଣାଯାଇଛି। ମୃତକଙ୍କ ମଧ୍ୟରେ କିଛି ପର୍ଯ୍ୟଟକ ମଧ୍ୟ ସାମିଲ ହୋଇପାରନ୍ତି।

 

Comments are closed.