Latest Odisha News

BREAKING NEWS

ଆସନ୍ତାକାଲିଠୁ ହିମାଚଳ ପ୍ରଦେଶରେ ୧୦ ଦିନିଆ କର୍ଫ୍ୟୁ

ସିମଲା : ଦେଶରେ ହୁ ହୁ ହୋଇ ବଢ଼ିଚାଲିଛି ମହାମାରୀ କରୋନା । ପ୍ରତିଦିନ ସାଢ଼େ ୩ ଲକ୍ଷରୁ ଅଧିକ ରହୁଛି ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ଅଧିକାଂଶ ରାଜ୍ୟରେ ଲାଗିଲାଣି କଟକଣା । ଏହି କ୍ରମରେ ଆସନ୍ତାକାଲିଠୁ ହିମାଚଳପ୍ରଦେଶରେ ଲାଗୁ ହେବ କର୍ଫ୍ୟୁ । ଆସନ୍ତାକାଲିଠୁ ମେ ୧୬ ତାରିଖ ପର୍ଯ୍ୟନ୍ତ ହିମାଚଳ ପ୍ରଦେଶରେ କରୋନା କର୍ଫ୍ୟୁ ଲାଗି ରାଜ୍ୟ ସରକାର ଘୋଷଣା କରିଛନ୍ତି । ଏହି ସମୟରେ ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି କୁହାଯାଇଛି । କେବଳ ଅତ୍ୟାବଶ୍ୟକ ସେବାକୁ ଛାଡିଦେଲେ ବାକି ସବୁ କିଛି ଉପରେ କଯକଣା ଲଗାଇଛନ୍ତି ରାଜ୍ୟ ସରକାର ।

ଖାଲି ସେତିକି ନୁହେଁ, ଆରଟିପିସିଆର ଟେଷ୍ଟର ନେଗେଟିଭ୍ ରିପୋର୍ଟ ବିନା କୌଣସି ବ୍ୟକ୍ତି ବାହାରକୁ ବାହାରି ପାରିବେ ନାହିଁ । ଏହାସହ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ବାତିଲ କରାଯାଇଥିବା ବେଳେ, ସମସ୍ତ ଛାତ୍ର ଛାତ୍ରୀଙ୍କୁ ଉପର ଶ୍ରେଣୀକୁ ଉତ୍ତୀର୍ଣ୍ଣ କରାଯିବ ବୋଲି ସରକାର ଘୋଷଣା କରିଛନ୍ତି । ଗତ ୨୪ ଘଣ୍ଟାରେ ହିମାଚଳପ୍ରଦେଶରେ ୩,୮୨୪ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ, ୪୮ ଜଣଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା ହିମାଚଳପ୍ରଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୬୪୭ରେ ପହଞ୍ଚିଥିବା ବେଳେ, ସଂକ୍ରମିତ ସଂଖ୍ୟା ୧ ଲକ୍ଷ ୧୦ ହଜାର ୯୪୫କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.