Latest Odisha News

କରୋନା ପୁଣି କଲବଲ କଲାଣି ଜାପାନକୁ, ଟୋକିଓ ଅଲିମ୍ପିକ୍ସ ଆୟୋଜନ ନେଇ ସନ୍ଦେହ

ଟୋକିଓ: ଜାପାନରେ ପୁନର୍ବାର କରୋନାର ଦ୍ୱିତୀୟ ଲହରୀ ତାର କରାଳ ରୂପ ଦେଖାଉଛି । ଏହାକୁ ଦେଖି ଜାପାନ ସରକାର କେତେକ ସହରରେ ଲକଡାଉନ ସମୟ ସୀମା ବୃଦ୍ଧି କରିଛନ୍ତି । ପୂର୍ବରୁ ଏହା ୨୫ ଏପ୍ରିଲ ଥିବା ବେଳେ ଏବେ ଏହାକୁ ୧୧ ମେ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । କରୋନାର ପ୍ରକୋପ ଯୋଗୁ ପୁନର୍ବାର ଟୋକିଓ ଅଲିମ୍ପିକ୍ସ ଆୟୋଜନ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଶୁକ୍ରବାର ଏ ନେଇ କିଛି ସୂଚନା ଆସିପାରେ ।

ଅଲିମ୍ପିକ୍ସ ଚଳିତ ବର୍ଷ ୨୩ ଜୁଲାଇରେ ଆୟୋଜିତ ହେବ ବୋଲି ସ୍ଥିର ହୋଇଛି । ବିନା ଦର୍ଶକରେ କରୋନାକୁ ନିୟନ୍ତ୍ରଣ ମଧ୍ୟରେ ରଖି ଆୟୋଜନ କରିବା ଜାପାନ ପାଇଁ କଡା ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି ।

Leave A Reply

Your email address will not be published.