Latest Odisha News

BREAKING NEWS

ଆଇପିଏଲ ବାତିଲ ପରେ ଇଂଲଣ୍ଡ ଫେରିଲେ ୮ ଖେଳାଳି

ନୂଆଦିଲ୍ଲୀ: ଆଇପିଏଲ ବାତିଲ ହେବା ପରେ ଇଂଲଣ୍ଡର ୮ ଜଣ ଖେଳାଳି ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି । ସେମାନେ ବୁଧବାର ଲଣ୍ଡନରେ ପଂହଚିଛନ୍ତି । ଜନ୍ନୀ ବେୟାରଷ୍ଟୋ, ଜୋସ ବଟଲର, ସାମ ୱିଲିଙ୍ଗ କ୍ରିସ ୱକ୍ସ, ମୋଇନ ଅଲୀ, ଜାସନ ରାୟ ଓ କୁରାନ ବ୍ରଦର୍ସ ନୂଆଦିଲ୍ଲୀରୁ ଲଣ୍ଡନ ଅଭିମୁଖେ ଯାତ୍ରା କରିଥିଲେ । ସେଠାକାର ସରକାରଙ୍କ ନିର୍ଦ୍ଦେଶାନୁସାରେ ସେମାନେ କ୍ୱାରେଂଟାଇନରେ ରହିବେ ।

ତେବେ ଇଆନ ମୋର୍ଗାନ, ଦାୱିଦ ମଲାନ ଓ କ୍ରିସ ଜୋର୍ଡାନ ଭାରତ ଛାଡି ପାରି ନାହାନ୍ତି । ସେମାନଙ୍କୁ ୨ ଦିନ ମଧ୍ୟରେ ସମସ୍ତ ବ୍ୟବସ୍ଥା ସହ ସ୍ୱଦେଶ ପଠାଇ ଦିଆଯିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.