Latest Odisha News

BREAKING NEWS

ବିବାହ ବନ୍ଧନରେ ବାନ୍ଧି ହେଲେ ହିନା ଖାନ

ମୁମ୍ବାଇ: ଟିଭି ଅଭିନେତ୍ରୀ ହିନା ଖାନ ତାଙ୍କ ପ୍ରେମିକ ରକି ଜୟସୱାଲଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ହିନା ଇନଷ୍ଟାଗ୍ରାମରେ ବିବାହ ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଫଟୋରେ ଉଭୟ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି।

ହିନା ଏବଂ ରକି ପରିବାର ଓ ନିକଟତମ ବନ୍ଧୁମାନଙ୍କ ଗହଣରେ ସ୍ୱତନ୍ତ୍ର ବିବାହ ଆଇନ ଅନୁଯାୟୀ ସେମାନଙ୍କର ବିବାହ ପଞ୍ଜୀକୃତ କରିଛନ୍ତି।

ହିନା ବିବାହ ଫଟୋଗୁଡ଼ିକୁ ସେୟାର କରି ଲେଖିଛନ୍ତି- ‘ଦୁଇଟି ଭିନ୍ନ ଦୁନିଆ କିନ୍ତୁ ଏକାଠି ପ୍ରେମର ଏକ ୟୁନିଭର୍ସ ସୃଷ୍ଟି କରିଛୁ। ଏହା ଏକ ବନ୍ଧନ ଯାହା ଜୀବନସାରା ରହିବ। ଆମେ ଆମର ଘର, ଆମର ଆଲୋକ, ପରସ୍ପରର ଆଶା। ଏକାଠି ଆମେ ସମସ୍ତ ଅସୁବିଧାକୁ ଦୂର କରିଛୁ। ଆଜି ଆମର ପ୍ରେମ ଆଇନ ଏବଂ ପ୍ରେମ ଅଧୀନରେ ସବୁଦିନ ପାଇଁ ବନ୍ଦି ହୋଇଯାଇଛି। ସ୍ୱାମୀ ଏବଂ ସ୍ତ୍ରୀ ଭାବରେ ଆମେ ଆପଣଙ୍କ ଆଶୀର୍ବାଦ ଚାହୁଁଛୁ।’

 

Comments are closed.