Latest Odisha News

ବନ୍ଦ ହେଲା ହିଣ୍ଡେନବର୍ଗ ସଂସ୍ଥା, ଘୋଷଣା କଲେ କମ୍ପାନୀ ପ୍ରତିଷ୍ଠାତା

ନୂଆଦିଲ୍ଲୀ: ଆସନ୍ତା ୨୦ ତାରିଖରେ ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଶପଥ ଗ୍ରହଣ କରିବେ। ଏହା ପୂର୍ବରୁ ବନ୍ଦ ହେଲା ହିଣ୍ଡେନବର୍ଗ ସଂସ୍ଥା। ହିଣ୍ଡେନବର୍ଗ ସଂସ୍ଥା ବନ୍ଦ କରିବା ଲାଗି ଏହାର ପ୍ରତିଷ୍ଠାତାଙ୍କ ନିଷ୍ପତ୍ତିକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅଦାନୀ ଗ୍ରୁପ ଏବଂ ଭାରତୀୟ ପ୍ରତିଭୁତି ବିନିମୟ ବୋର୍ଡ(ସେବି) ବିରୋଧରେ ବିଭିନ୍ନ ତଥ୍ୟ ପ୍ରକାଶ କରି ମୋଦି ସରକାରକୁ ବଦନାମ କରିବାକୁ ଅପଚେଷ୍ଟା କରିଥିବା ହିଣ୍ଡେନବର୍ଗ ସଂସ୍ଥା ଶେଷରେ ବନ୍ଦ ହୋଇଛି।

ସଂସ୍ଥାର ପ୍ରତିଷ୍ଠାତା ନାଥାନ ଆଣ୍ଡରସନ ନିଜେ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ସେ ଏହାକୁ ପୂର୍ବ ନିର୍ଦ୍ଧାରିତ ଏବଂ ବ୍ୟକ୍ତିଗତ ନିଷ୍ପତ୍ତି ବୋଲି କହିଛନ୍ତି। କିନ୍ତୁ ହଠାତ ଏପରି ନିଷ୍ପତ୍ତି ନେବା ପଛରେ ଅନ୍ୟ କିଛି କାରଣ ରହିଛି ବୋଲି କୁହାଯାଉଛି। ଜୋ ବାଇଡେନଙ୍କ ସମୟରେ ହିଣ୍ଡେନବର୍ଗ ଏକାଧିକ ଥର ଅଦାନୀ ଗ୍ରୁପ ବିରୋଧରେ ବିଭିନ୍ନ ତଥ୍ୟ ପ୍ରକାଶ କରି ଭାରତୀୟ ସେୟାର ବଜାରକୁ ଦୋହଲାଇ ଦେଇଥିଲା। ଏହା ପଛରେ ସଂସ୍ଥାର ବହୁ ହୀନ ଚକ୍ରାନ୍ତ ରହିଥିବା ନେଇ ଚର୍ଚ୍ଚା ହୋଇଥିଲା। ପ୍ରଥମତଃ ଶର୍ଟ ସେଲିଂ କରୁଥିବା ହିଣ୍ଡେନବର୍ଗକୁ ଏହାଦ୍ବାରା ବ୍ୟକ୍ତିଗତ ଫାଇଦା ହେଉଥିଲା।

୨ୟରେ ହିଣ୍ଡେନବର୍ଗ ଏପରି କରି ମୋଦି ସରକାରକୁ ବିଶ୍ଵସ୍ତରରେ ବଦନାମ କରିବାକୁ ପ୍ରୟାସ କରିଥିବା ଆଲୋଚନା ହୋଇଥିଲା। ବାଇଡେନ ସରକାର ଭାରତ ବିରୋଧୀ ଆଭିମୁଖ୍ୟ ରଖୁଥିବାରୁ ହିଣ୍ଡେନବର୍ଗକୁ ଏପରି କରିବା ସହଜ ହୋଇଥିଲା। କିନ୍ତୁ ଭାରତର ବନ୍ଧୁ କୁହାଯାଉଥିବା ଟ୍ରମ୍ପ କ୍ଷମତାକୁ ଆସିବା ପୂର୍ବରୁ ହିଣ୍ଡେନବର୍ଗ ଏହାର ସଂସ୍ଥା ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିବା ଏବେ ଚର୍ଚ୍ଚା ହେଉଛି।

 

Leave A Reply

Your email address will not be published.