Latest Odisha News

ଲୋୟର ପିଏମଜିରେ ଆଶାୟୀ ହିନ୍ଦୀ ସଂସ୍କୃତ ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ବର: ରାଜ୍ୟରେ ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଅବହେଳିତ କରାଯାଉଛି। ବହୁତ କଷ୍ଟରେ ଏଣ୍ଟ୍ରାନ୍ସ ପାସ କରି ସଂସ୍କୃତ ପଢି ମଧ୍ୟ ସେମାନଙ୍କୁ ମିଳୁନି ସେମାନଙ୍କ ଅଧିକାର। ସେମାନେ ସଂସ୍କୃତ ହିନ୍ଦୀ ପଢିବା ସହ ବିଏଡ ମଧ୍ୟ କରିଛନ୍ତି। ହେଲେ ସରକାରଙ୍କ ଦ୍ବାରା ପ୍ରକାଶ କରାଯାଉଥିବା ଶିକ୍ଷକ ନିଯୁକ୍ତିରେ ହିନ୍ଦୀ ସଂସ୍କୃତ ଶିକ୍ଷକ ପାଇଁ କଳା ଓ ବିଜ୍ଞାନରେ ବିଏଡ କରିଥିବା ଛାତ୍ରଛାତ୍ରୀ ମାନେ ଆବେଦନ କରିପାରୁଛନ୍ତି। ଏମିତି କିଛି ଦାବିକୁ ନେଇ ଆଜି ଲୋୟର ପିଏମଜି ରେ ଗର୍ଜିଛନ୍ତି ହିନ୍ଦୀ ସଂସ୍କୃତ ଆଶାୟୀ ସଂଘ।

ଆଶାୟୀ ମାନଙ୍କ କହିବା ମୁତବକ, ସରକାର ନିକଟରେ ଶିକ୍ଷକତା ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛନ୍ତି। ସେମାନେ ହିନ୍ଦୀ ସଂସ୍କୃତ ପଢି ବିଏଡ ସହ ଓଏସଏସଟି ପାଶ କରିଥିଲେ ମଧ୍ୟ ସେମାନେ ଶିକ୍ଷାକତାରୁ ବାଦ ପଡ଼ୁଛନ୍ତି। ସରକାରଙ୍କ ଦ୍ବାରା ପ୍ରକାଶ ପାଉଥିବା ଶିକ୍ଷକ ନିଯୁକ୍ତିରେ କଳା ଓ ବିଜ୍ଞାନରେ ବିଏଡ କରୁଥିବା ଛାତ୍ରଛାତ୍ରୀ ଆବେଦନ କରି ପଡ଼ୁଥିବାରୁ ପ୍ରାର୍ଥୀଙ୍କ ସଂଖ୍ୟା ବୃଦ୍ଧି ପାଉଛି।  ହିନ୍ଦୀ ଓ ସଂସ୍କୃତ ବିଭାଗରେ କଳା ଓ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ ନିଯୁକ୍ତି ପାଇବା ଦ୍ବାରା ସଂସ୍କୃତ ପାଠ୍ୟଦାନର ଗୁଣବତ୍ତା ହ୍ରାସ ପାଉଥିବା ସେମାନେ କହିଛନ୍ତି। ସରକାର ସଂସ୍କୃତ ଏବଂ ହିନ୍ଦୀ ବିଭାଗରେ କେବଳ ହିନ୍ଦୀ ଓ ସଂସ୍କୃତ ଛାତ୍ରଛାତ୍ରୀଙ୍କୁ ଆବେଦନ କରିବାକୁ ନିଷ୍ପତ୍ତି ନେବା ପାଇଁ ସଭାପତି ଗଙ୍ଗାଧର ଜେନାଙ୍କ ସମେତ ଅନ୍ୟମାନେ ଦାବି କରିଛନ୍ତି।

Leave A Reply

Your email address will not be published.