Latest Odisha News

BREAKING NEWS

ଛାତ୍ରୀଙ୍କୁ ଅସଦାଚରଣ ସହ ହତ୍ୟା ଧମକ ଅଭିଯୋଗ; ହିନ୍ଦୀ ଶିକ୍ଷକଙ୍କୁ ଉଠାଇନେଲା ପୋଲିସ

ଭଦ୍ରକ: ଭଦ୍ରକ ବାସୁଦେବପୁର ବ୍ଲକ ନଟିଆ ପାଳରେ ଥିବା ଜବାହାର ନବୋଦୟ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ସେହି ବିଦ୍ୟାଳୟର ହିନ୍ଦି ଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଏପରିକି ଜୀବନରୁ ମାରିଦେବାକୁ ଧମକାଇଥିବା ଅଭିଯୋଗ ହୋଇଛି । ଅସଦାଚରଣ ଅଭିଯୋଗ ପରେ ହିନ୍ଦୀ ଶିକ୍ଷକଙ୍କୁ ଉଠାଇନେଲା ପୋଲିସ ।

ଶୁକ୍ରବାର ରାତିରେ ଛାତ୍ରୀ ଜଣକ ଭୟଭୀତ ଅବସ୍ଥାରେ ବିଦ୍ୟାଳୟରୁ ପଳାଇ ଆସି ନିକଟସ୍ଥ ଗାଁରେ ଆଶ୍ରୟ ନେଇଥିଲେ । ପରେ ଛାତ୍ରୀ ଜଣକ ଗାଁ ଲୋକଙ୍କୁ ଜଣାଇବା ପରେ ଗାଁ ଲୋକେ ନିକଟସ୍ଥ ପୋଲିସକୁ ଖବର ଦେଇଥିଲେ । ପୋଲିସ ଗାଁରେ ପହଞ୍ଚି ଛାତ୍ରୀଙ୍କୁ ଉଦ୍ଧାର କରିଥିଲା ।

ଏହାସହ ବିଦ୍ୟାଳୟରୁ ସଂପୃକ୍ତ ହିନ୍ଦୀ ଶିକ୍ଷକଙ୍କୁ ଥାନାକୁ ଉଠାଇ ନେଇଥିଲା । ଏ ଘଟଣା ନେଇ ପୋଲିସ ତଦନ୍ତ ଜାରି ରଖିଛି । ଛାତ୍ରୀ ଜଣକ ଭଦ୍ରକ ଆଗରପଡା ଅଞ୍ଚଳର ବୋଲି ଜଣାପଡିଛି ।

Leave A Reply

Your email address will not be published.