Latest Odisha News

BREAKING NEWS

ଲାଞ୍ଚ ନେଉଥିଲେ ଶିକ୍ଷାଧିକାରୀ , ମାଡି ବସିଲା ଭିଜିଲାନ୍ସ

ଢେଙ୍କାନାଳ: ଲାଞ୍ଚ ନେଇ ଧରାପଡିଲେ ହିନ୍ଦୋଳ ବ୍ଲକ ଶିକ୍ଷାଧିକାରୀ । ଜଣେ ଶିକ୍ଷକଙ୍କଠାରୁ  ଲାଞ୍ଚ ନେଉଥିଲାବେଳେ ମାଡି ବସିଲା ଭିଜିଲାନ୍ସ ଟିମ । ଭିଜିଲାନ୍ସ ଟ୍ରାପରେ ପଡିଥିବା ଏହି ଶିକ୍ଷାଧିକାରୀଜଣକ ହେଉଛନ୍ତି ଶାନ୍ତନୁ କୁମାର ମଲ୍ଲିକ । ତାଙ୍କଠାରୁ ୧୦ ହଜାର ଟଙ୍କା ଜବତ କରାଯାଇଛି । ଭିଜିଲାନ୍ସ ପକ୍ଷରୁ  ବିଇଓଙ୍କ ତିନୋଟି ଘରେ ଏକକାଳୀନ ଚଢ଼ଉ କରାଯାଉଥିବା ଜଣାଯାଇଛି।

ବିଇଓ ଶାନ୍ତନୁ କୁମାର ମଲ୍ଲିକ ହିନ୍ଦୋଳ ବ୍ଲକ ବ୍ରହ୍ମପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅଦେତୀୟ ମାଝୀଙ୍କଠାରୁ  ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଅଦେତୀୟ  ତାଙ୍କର କାମ ପାଇଁ ବାରମ୍ବାର ଶାନ୍ତନୁଙ୍କ ପାଖକୁ ଦଉଡୁଥିଲେ । ତାଙ୍କର କାମ କରିଦେବା ପାଇଁ ସେ ଏହି ଟଙ୍କା ଲାଞ୍ଚ ଆକାରରେ ନେଉଥିବା ଅଦ୍ୱୈତ ଅଭିଯୋଗ କରିଛନ୍ତି। ଏପରିକି ଶାନ୍ତନୁ ତାଙ୍କୁ ବିଭିନ୍ନ ସମୟରେ ମାନସିକ ନିର୍ଯାତନା ଦେଉଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି ।

ଏ ନେଇ ସେ ଭିଜିଲାନ୍ସରେ ଆଗରୁ ଅଭିଯୋଗ କରିଥିଲେ । କଟକ ଓ ଢେଙ୍କାନାଳ ଭିଜିଲାନ୍ସ ବିଭାଗ ଟିମ୍‌ ଯୋଜନା ମୁତାବକ ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟରେ  ଆଜି ଛପିକି ରହିଥିଲେ। ଆଜି ସକାଳେ ବିଇଓ ଲାଞ୍ଚ ନେଉଥିବାବେଳେ ତାଙ୍କୁ ମାଡି ବସିଥିଲେ । ପୂର୍ବରୁ ମଧ୍ୟ  ଲାଞ୍ଚ ନେଉଥିବା ନେଇ ଶାନ୍ତୁନଙ୍କ ନାଁରେ ଅନେକ ଅଭିଯୋଗ ଆସିଥିଲା । ଆଜି ରେଡ ହାଣ୍ଡରେ ଧରାପଡିବା ପରେ ଭିଜିଲାନ୍ସ ପକ୍ଷରୁ ଶାନ୍ତନୁଙ୍କର ଭଦ୍ରକ ସ୍ଥିତ ନିଜ ଘର, ହିନ୍ଦୋଳ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଓ ଖଜୁରିଆକଟା ଭଡ଼ା ଘରେ ରେଡ ଚାଲିଛି।

ମିଳିଥିବା ଶେଷ ଖବର ଅନୁସାରେ , ବିଇଓ ଶାନ୍ତନୁ କୁମାର ମଲ୍ଲିକଙ୍କ ଭଦ୍ରକ ସ୍ଥିତ ଘରେ ଭିଜିଲାନ୍ସ ଚଢାଉ ବେଳେ ୧୧ ଲକ୍ଷ ୧୦ ୩୭୦ ଟଙ୍କାର କ୍ୟାସ ଜବତ କରିଛି । ସେହିପରି ହିନ୍ଦୋଳସ୍ଥିତ ବାସଭବନରୁ ୮୨ ହଜାର ଟଙ୍କା ଜବତ କରିଛି । ଖବର ଲେଖାଯିବା ପର୍ଯ୍ୟନ୍ତ ଚଢାଉ ଜାରି ରହିଛି ।

Comments are closed.