ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଚାଂଚଲ୍ୟ । ବିଚ୍ ରାସ୍ତାରେ ବିଶ୍ୱ ହିନ୍ଦୁ ମହାସଭା ଅଧ୍ୟକ୍ଷଙ୍କୁ ଗୁଳି କରି ହତ୍ୟା କରାଯାଇଛି । ରବିବାର ସକାଳେ ମର୍ଣ୍ଣିଂୱାକରେ ଯାଇଥିବା ବେଳେ ବାଇକ୍ରେ ଆସି ଦୁଇ ଦୁର୍ବୃତ ବିଶ୍ୱ ହିନ୍ଦୁ ମହାସଭା ଅଧ୍ୟକ୍ଷ ରଣଜୀତ ବଚ୍ଚନଙ୍କୁ ଗୁଳି କରି ଫେରାର ହୋଇଯାଇଛନ୍ତି । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ଲକ୍ଷ୍ନୌର ହଜରତଗଂଜ ଅଚଂଳରେ ଏହି ହତ୍ୟାକାଣ୍ଡ ଘଟିଛି ।ସୂଚନା ମୁତାବକ ରବିବାର ଗୋରଖପୁର ଜିଲ୍ଲା ନିବାସୀ ଅଖିଳ ଭାରତୀୟ ହିନ୍ଦୁ ମହାସଭାର ଅଧ୍ୟକ୍ଷ ରଣଜୀତ ବଚ୍ଚନ ତାଙ୍କ ସାନଭାଇଙ୍କ ସହ ମର୍ଣ୍ଣିଂୱାକରେ ଯାଇଥିଲେ । ଏହି ସମୟରେ ହଜରତଗଂଜ ସ୍ଥିତ ସେଂଟ୍ରାଲ ରିସର୍ଚ ଇନ୍ଷ୍ଟିଚ୍ୟୁଟ୍ ବିଲ୍ଡିଂ ନିକଟରେ ଦୁଇ ଜଣ ଦୁର୍ବୃତ ଆସି ତାଙ୍କ ଉପରକୁ ଗୁଳିମାଡ କରିଥିଲେ । ଫଳରେ ରଣଜୀତଙ୍କ ମୁଣ୍ଡକୁ ଗୁଳି ବାଜିଥିଲା । ଘଟଣାସ୍ଥଳରେ ରଣଜୀତ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସାନ ଭାଇ ଗୁରୁତର ହୋଇଛନ୍ତି । ତାଙ୍କୁ କିଙ୍ଗସ୍ ଜର୍ଜ ମେଡିକାଲ ୟୁନିର୍ଭସିଟିର ଟ୍ରମା ସେଂଟର୍ରେ ଭର୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରିବା ସହ ତଦନ୍ତ ଜାରି ରଖିଛି ।
BREAKING NEWS
- ସନ୍ତୋଷ ଟ୍ରଫି ଫୁଟବଲ: ଫାଇନାଲ ରାଉଣ୍ଡରେ ଓଡିଶା
- କଟକ ବାଲିଯାତ୍ରାରେ ପୁଣି ଅଘଟଣ: ଷଣ୍ଢ ଆକ୍ରମଣରେ ୨ ଯୁବତୀ ଆହତ
- ଶୋଚନୀୟ ପରାଜୟ ପରେ ଇଭିଏମକୁ ଦୋଷ ଦେଲେ ଉଦ୍ଧବ ଠାକରେ
- ବିସିସିଆଇ,ଆଇସିସି ସହିତ କୌଣସି ବୈଠକର ସୂଚନା ନାହିଁ : ପିସିବି
- ଶ୍ରୀମନ୍ଦିର ରତ୍ନଭଣ୍ଡାର ଜିପିଆର- ଜିପିଏସ୍ ସର୍ଭେ ରିପୋର୍ଟ
- ଅଁଳା ଓ କଞ୍ଚା ହଳଦୀ ସେବନରୁ ମିଳିବ କ୍ୟାନ୍ସରରୁ ମୁକ୍ତି, ପତ୍ନୀଙ୍କ ସୁସ୍ଥ ହେବାର ରହସ୍ଯ କହିଲେ ସିଦ୍ଧୁ
- ଓଡ଼ିଶା ଶିଳ୍ପ ନୀତି ଓ ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ ସଂଶୋଧନକୁ ମିଳିଲା ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ
- ଜେଏମଏମକୁ ଜିତାଇଲେ ଓଡ଼ିଆ ଝିଅ
- ବଲାଙ୍ଗିରରେ ଶିଶୁ ବିକ୍ରି ଘଟଣା, ଏଏନ୍ଏମ୍ ଗିରଫ
- ଝାଡଖଣ୍ଡରେ ବାଜିମାତ୍ ପରେ ପୁଅଙ୍କ ସହ ଖୁସି ମନାଇଲେ ହେମନ୍ତ
Comments are closed.