Latest Odisha News

BREAKING NEWS

ପାକିସ୍ତାନ ପାଇଁ ଗୁପ୍ତଚର କାର୍ଯ୍ୟରେ ଲିପ୍ତ ରହିଥିଲେ ହିନ୍ଦୁ ଶରଣାର୍ଥୀ

ନୂଆଦିଲ୍ଲୀ: ଭାରତରେ ଅଶାନ୍ତି ସୃଷ୍ଟି କରିବା ପାଇଁ ପାକିସ୍ତାନ ସର୍ବଦା ଷଡଯନ୍ତ୍ର ରଚୁଛି । ଏବେ ଏ ଭଳି ଆଉ ଏକ ଘଟଣାର ପର୍ଦ୍ଦାଫାଶ ହୋଇଛି । ପାକିସ୍ତାନରୁ ଆସି ଭାରତରେ ରହୁଥିବା ହିନ୍ଦୁ ଶରଣାର୍ଥୀ ଭାଗଚାନ୍ଦଙ୍କୁ ଗିରଫ କରାଯିବା ପରେ ଏହି ତଥ୍ୟ ସମ୍ମୁଖକୁ ଆସିଛି । ଏହି ୪୪ ବର୍ଷୀୟ ବ୍ୟକ୍ତିଜଣଙ୍କ ଦିଲ୍ଲୀର ବିଭିନ୍ନ ସ୍ଥାନର ଫଟୋ ଉଠାଇ ପାକିସ୍ତାନକୁ ପଠାଉଥିଲା । ଏଥିପାଇଁ ପାକିସ୍ତାନରୁ ତାଙ୍କୁ ପ୍ରଚୁର ଟଙ୍କା ଦିଆ ଯାଉଥିଲା । ଅଗଷ୍ଟ ୧୪ରେ ଭିଲୱାରାରେ ନାରାୟଣ ଲାଲ ଗାଡରି ନାମକ ଜଣେ ଗୁପ୍ତଚରକୁ ଗିରଫ କରାଯିବା ପରେ ଭାଗଚାନ୍ଦ ସହ ତାର ଯୋଗାଯୋଗ ଥିବା ଜଣା ପଡିଥିଲା । ୧୯୯୮ରେ ଭାଗଚାନ୍ଦ ଭାରତରେ ଆସି ରହିବା ପରେ ୩ ବର୍ଷ ପୂର୍ବେ ତାଙ୍କୁ ନାଗରିକତା ମିଳିଥିଲା । ଏହାର ଫାଇଦା ଉଠାଇ ସେ ଗୁପ୍ତଚରୀ କାର୍ଯ୍ୟରେ ଲିପ୍ତ ରହିଥିଲା । ପୋଲିସ ଏବେ ତାଙ୍କୁ ପଚରାଉଚରା ଜାରୀ ରଖିଛି । ତେବେ ଜଣେ ହିନ୍ଦୁ ହୋଇ ଏ ଭଳି କାର୍ଯ୍ୟ କରିଥିବାରୁ ବିଭିନ୍ନ ମହଲରେ ଆଲୋଚନା ଜୋର ଧରିଛି ।

Leave A Reply

Your email address will not be published.