Latest Odisha News

BREAKING NEWS

ବନ୍ୟା ସ୍ଥିତିର ସମୀକ୍ଷା କଲେ ଜଳସମ୍ପଦ ବିଭାଗ ମନ୍ତ୍ରୀ ଟୁକୁନି ସାହୁ

ଭୁବନେଶ୍ୱର : ରାଜ୍ୟର ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ଜଳ ସମ୍ପଦ ବିଭାଗ ମନ୍ତ୍ରୀ ଟୁକୁନି ସାହୁ । ଆଜି  ଦିନ ୧୧ଟାରେ ଏହି ସମୀକ୍ଷା ବୈଠକ ବସିଥିଲା । ରାଜ୍ୟରେ ଦେଖାଦେଇଥିବା ବନ୍ୟା ସ୍ଥିତିକୁ ନେଇ ଆକ୍ସନକୁ ଆସିଛି ରାଜ୍ୟ ସରକାର । ରବିବାର ଏନେଇ ସମୀକ୍ଷା ବୈଠକ କରିଥିଲେ ଜଳସଂପଦ ମନ୍ତ୍ରୀ । ଏହାପରେ ଆଜି ପୁଣି ଥରେ ସମୀକ୍ଷା ବୈଠକ ବସିଛି । ଦିନ ୧୧ଟାରେ ବସିଥିବା ଏହି ବୈଠକରେ ଜଳସଂପଦ ବିଭାଗର ସମସ୍ତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଉତ୍ତର ଓଡିଶାର ପ୍ରବଳ ବର୍ଷା ହୋଇଥିବାରୁ  ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ , ବୈତରଣୀ ଓ ବ୍ରାହ୍ମଣୀ ନଦୀ ରେ ବନ୍ୟା ସ୍ଥିତି ଦେଖାଯାଇଛି  ।  ଏହି ନଦୀରେ ବନ୍ୟା ସ୍ଥିତିର ନିୟନ୍ତ୍ରଣ ପାଇଁ  ବିଭାଗ ତରଫରୁ  ପଦକ୍ଷେପ ନିଆଯିବା ନେଇ  ବୈଠକରେ ଆଲୋଚନା ହୋଇଥିବାର ମନ୍ତ୍ରୀ ସୂଚନା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଜିରୋ କାଜୁଆଲଟି କୁ ଗୁରୁତ୍ୱ ଦିଆଯାଉଛି । ପ୍ରତ୍ୟକ ଜୀବନ ମୁଲ୍ୟବାନକୁ ଗୁରୁତ୍ୟ ଦେଇ ବରିଷ୍ଠ ଯନ୍ତ୍ରୀମାନେ ତଦାରଖ କରୁଛନ୍ତି  ।  ସୁବର୍ଣ୍ଣରେଖାରେ ୮ ଘଣ୍ଟା ଧରି ବନ୍ୟା ଜଳ ସ୍ଥିର ଅଛି  । କୌଣସି ଘାଇ ହେବାର ସମ୍ଭାବନା ନାହିଁ  । ବାଲିଆପାଳ , ଭୋଗରାଇ , ବସ୍ତାର ତଳିଆ ଅଞ୍ଚଳରେ ଲୋକମାନେ ଜଳବନ୍ଦୀରେ ଅଛନ୍ତି । ବୈତରଣୀରେ ଜଳ ସ୍ତର କମିଛି  ।  ଗ୍ରାଉଣ୍ଡରେ ବରିଷ୍ଠ ଅଧିକାରି ମାନେ  ତଦାରଖ କରିବା ସହ ନାଇଟ ପେଟ୍ରୋଲିଙ୍ଗ କରାଯାଉଛି  । ବନ୍ୟା ସ୍ଥିତିକୁ ମୁକାବିଲା ପାଇଁ  ଜଳସଂପଦ ବିଭାଗ  ପ୍ରସ୍ତୁତ ଥିବାର ସୂଚନା ଦେଇଛନ୍ତି ମନ୍ତ୍ରୀ ଟୁକୁନି ସାହୁ  ।

Leave A Reply

Your email address will not be published.