Latest Odisha News

BREAKING NEWS

ବାଂଲାଦେଶରେ ହିନ୍ଦୁ ମହିଳାଙ୍କୁ ଗଣଦୁଷ୍କର୍ମ, ଗଛରେ ବାନ୍ଧି ପୀଡିତାଙ୍କ ଚୁଟି କାଟିଦେଲେ…

ଢାକା: ବାଂଲାଦେଶରେ ସବୁ ସୀମା ଟପିଲାଣି ବର୍ବରତା । ଜଣକ ପରେ ଜଣେ ହିନ୍ଦୁଙ୍କୁ ହତ୍ୟା କରାଯାଉଛି । ୧୮ ଦନରେ ୫ ଜଣ ହିନ୍ଦୁଙ୍କୁ ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ଏବେ ପୁଣି ଆଉ ଜଣେ ହିନ୍ଦୁ ମହିଳାଙ୍କ ଉପରେ ହୋଇଥିବା ବର୍ବରତାର ଘଟଣା ସାମ୍ନାକୁ ଆସିଛି । ବାଂଲାଦେଶର ଝିନୈଦାହ ଜିଲ୍ଲାର କାଳିଗଞ୍ଜ ଅଞ୍ଚଳରେ ଜଣେ ୪୦ ବର୍ଷୀୟ ବିଧବାଙ୍କ ସହ ଦୁଇ ଜଣ ପୁରୁଷ ଦୁଷ୍କର୍ମ କରିବା ପରେ ଗଛରେ ବାନ୍ଧି ତାଙ୍କ କେଶ କାଟି ଦେଇଥିଲେ ।

ପୀଡିତା ମହିଳା ଜଣଙ୍କ ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ଘର ମାଲିକ ହିଁ ବଳାତ୍କାର କରିଥିବା ସେ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗ ଅନୁଯାୟୀ, ପୀଡିତା ମହିଳା ଜଣଙ୍କ ଝିନୈଦାହ ଜିଲ୍ଲାରେ ତାଙ୍କ ପିଲାଙ୍କ ସହିତ ରୁହନ୍ତି । ବିଧବା ମହିଳାଙ୍କ ଗାଁର ଦୁଇଜଣ ସମ୍ପର୍କୀୟ ଆସିଥିଲେ, ଶାହିନ(ଘର ମାଲିକ) ଏବଂ ତାଙ୍କ ସହଯୋଗୀ ହସନ ଜୋର ଜବରଦସ୍ତ ଘରେ ପ୍ରବେଶ କରି ତାଙ୍କୁ ବଳାତ୍କାର କରିଥିଲେ ।

ମହିଳା ଜଣକ ଚିତ୍କାର କରିବାରୁ, ଅଭିଯୁକ୍ତ ତାଙ୍କୁ ଗଛରେ ବାନ୍ଧି ତାଙ୍କ କେଶ କାଟି ଦେଇଥିଲେ। ସେମାନେ ଘଟଣାର ଭିଡିଓ ମଧ୍ୟ ପ୍ରସ୍ତୁତ କରି ଭାଇରାଲ କରିଥିଲେ । ମହିଳାଙ୍କୁ ମଧ୍ୟ ମାଡ଼ ମାରିଥିଲେ । ପରେ ସ୍ଥାନୀୟ ଲୋକମାନେ ଅଚେତ ଅବସ୍ଥାରେ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଡାକ୍ତରୀ ପରୀକ୍ଷା ସମୟରେ ଜଣାପଡିଥିଲା ଯେ ତାଙ୍କୁ ବଳାତ୍କାର କରାଯାଇଥିଲା । ପରେ ମହିଳା ଜଣକ କାଳିଗଞ୍ଜ ପୋଲିସ ଷ୍ଟେସନରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଅଭିଯୋଗ ଦାଖଲ କରିଥିଲେ ।

Leave A Reply

Your email address will not be published.