Latest Odisha News

BREAKING NEWS

ହିନ୍ଦୁମାନେ ୪ ଛୁଆ ଜନ୍ମ କରନ୍ତୁ, ନଚେତ୍ ପକିସ୍ତାନ; କାହିଁକି ଏଭଳି କହିଲେ ବିଜେପି ନେତ୍ରୀ…

ନୂଆଦିଲ୍ଲୀ: ବିଜେପି ନେତ୍ରୀ ତଥା ପୂର୍ବତନ ସାଂସଦ ନବନୀତ ରାଣା ହିନ୍ଦୁ ସମ୍ପ୍ରଦାୟକୁ ଅତି କମରେ ତିନିରୁ ଚାରୋଟି ସନ୍ତାନ ଜନ୍ମ କରିବାକୁ ନିବେଦନ କରିଛନ୍ତି।

ସେ କହିଛନ୍ତି ଯେ କିଛି ଲୋକ ବହୁ ସଂଖ୍ୟକ ସନ୍ତାନ ଜନ୍ମ କରି ଭାରତକୁ ପାକିସ୍ତାନରେ ପରିଣତ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି, ତେଣୁ ହିନ୍ଦୁମାନେ ଗୋଟିଏ ସନ୍ତାନରେ ସନ୍ତୁଷ୍ଟ ହେବା ଉଚିତ୍ ନୁହେଁ। ସେ ଅମରାବତୀରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଏହି ଭଳି କହିଥିଲେ। ପରେ ତାଙ୍କର ମନ୍ତବ୍ୟ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବା ସହ ସାମ୍ପ୍ରଦାୟିକ ବିତର୍କ ସୃଷ୍ଟି କରୁଛି।

କିଛି ଦିନ ପୂର୍ବରୁ ନବନୀତ ରାଣାଙ୍କ ଏକ ବୟାନ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯେଉଁଥିରେ ସେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବିଷୟରେ ମନ୍ତବ୍ୟ ଦେଇ କହିଥିଲେ ଯେ ଯଦି ସେମାନେ ଚାରି ସ୍ତ୍ରୀ ଏବଂ ୧୯ ସନ୍ତାନର ନୀତି ପାଳନ କରନ୍ତି, ତେବେ ହିନ୍ଦୁମାନଙ୍କର ଅତି କମରେ ଚାରିଟି ସନ୍ତାନ ହେବା ଉଚିତ। ଯାହା ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲା। ଅନେକ ନବନୀତଙ୍କୁ ନିନ୍ଦା କରି କହିଥିଲେ ଯେ ଦେଶ ଜନସଂଖ୍ୟା ବୃଦ୍ଧି ସହିତ ସଂଘର୍ଷ କରୁଥିବା ବେଳେ ତାଙ୍କ ପରି ଦାୟିତ୍ୱବାନ ବ୍ୟକ୍ତିମାନେ ଏପରି ଦାୟିତ୍ୱହୀନ ବୟାନ କିଭଳି ଦେଉଛନ୍ତି।

ତେବେ ସେ କହିଥିଲେ, “ମୁଁ ସମସ୍ତ ହିନ୍ଦୁଙ୍କୁ ନିବେଦନ କରୁଛି ଯେ ଯଦି ସେମାନଙ୍କର (ମୁସଲମାନମାନଙ୍କର) ୧୯ ସନ୍ତାନ ଅଛନ୍ତି, ତେବେ ଆମର ଅତି କମରେ ତିନିରୁ ଚାରିଟି ସନ୍ତାନ ହେବା ଉଚିତ। ଏହି ଲୋକମାନେ ଭାରତକୁ ପାକିସ୍ତାନରେ ପରିଣତ କରିବାକୁ ଯୋଜନା କରୁଛନ୍ତି। ତେବେ ଆମେ କେବଳ ଗୋଟିଏ ସନ୍ତାନରେ କାହିଁକି ସନ୍ତୁଷ୍ଟ ହେବା ଉଚିତ୍? ଆମର ମଧ୍ୟ ତିନିରୁ ଚାରିଟି ସନ୍ତାନ ହେବା ଉଚିତ।

Leave A Reply

Your email address will not be published.