Latest Odisha News

BREAKING NEWS

ସାମ୍ବାଦିକଙ୍କୁ ଏଲନ ମସ୍କଙ୍କ ଟାର୍ଗେଟ; ସସ୍ପେଣ୍ଡ କଲେ ଆକାଉଣ୍ଟ

ସାନ ଫ୍ରାନ୍ସିକୋ: ଟୁଇଟରକୁ ନେଇ ଏଲନ ମିସ୍କଙ୍କ ପରୀକ୍ଷା ନିରୀକ୍ଷା ଶେଷ ହେଉନି । କର୍ମଚାରୀ ଛଟେଇ, ବ୍ଲୁ ଟିକ ପାଇଁ ଟଙ୍କା ବଢାଇବା, କଟକଣା ଜାରି କରିବା ପରେ ଏବେ ସାମ୍ବାଦିକଙ୍କ ପଛରେ ପଡିଛନ୍ତି ମସ୍କ । ଏକାଧିକ ସାମ୍ବାଦିକଙ୍କ ଟ୍ୱିଟର ଆକାଉଣ୍ଟକୁ ସସ୍‌ପେଣ୍ଡ କରିଛନ୍ତି ମସ୍କ  । ଏହି ସମ୍ବାଦିକମାନେ ମୁଖ୍ୟତଃ  ନ୍ୟୁୟର୍କ ଟାଇମ୍ସ, ସିଏନଏନ, ଟାଇମ୍ସ ଓ ୱାଶିଂଟନ ପୋଷ୍ଟର ବୋଲି ଜଣାପଡିଛି  ।  ସେମାନେ ଆକାଉଣ୍ଟ ଖୋଲିବା ମାତ୍ରେ ଏହା ସସ୍‌ପେଣ୍ଡ ହୋଇଯାଇଥିବା ଦେଖିବାକୁ ମିଳୁଛି। ତେବେ କ’ଣ ପାଇଁ ଏମାନଙ୍କୁ ସସ୍ପେଣ୍ଡ କରାଯାଇଛି ଜଣା ପଡ଼ି ନ ଥିଲେ ହେଁ ଏମାନେ ଟ୍ୱିଟର ବିରୋଧରେ ଖବର ପ୍ରକାଶ କରୁଥିବାରୁ ମସ୍କ ଏପରି ପଦକ୍ଷେପ ନେଇଥିବା କୁହାଯାଉଛି ।

ତେବେ ଏହାର ସଫେଇ ଦେଇ ମସ୍କ କହିଛନ୍ତି, ସମାନ ଡୋକ୍ସିଂ ନିୟମ ସାମ୍ବାଦିକଙ୍କ କ୍ଷେତ୍ରରେ ଲାଗୁ କରାଯାଇଛି । ଏଠି କହିରଖିବୁ, ଡକ୍ସିଂର ଅର୍ଥ ହେଉଛି, ଜଣଙ୍କ ବ୍ୟକ୍ତିଗତ ତଥ୍ୟକୁ ସେୟାର କରବା । ଟୁଇଟର ନିୟମ ଅନୁସାରେ ଏହାକୁ ବ୍ୟାନ କରାଯାଇଛି । ତେଣୁ ଏହି ଆଧାରରେ ସାମ୍ବାଦିକମାନଙ୍କ ଆକାଉଣ୍ଟ ସସ୍ପେଣ୍ଡ ହୋଇଥିବା ସେ କହିଛନ୍ତି ।

ଅନ୍ୟପକ୍ଷେ କୁହାଯାଉଛି, ଏଲନ ମସ୍କ ଟ୍ୱିଟରକୁ ନେବା ପରେ କେମିତି ନିୟମ ବାରମ୍ବାର ବଦଳୁଛି, କର୍ମଚାରୀ ଛଟେଇ ଓ ଅନ୍ୟାନ୍ୟ ଘଟଣାକୁ ନେଇ ଏହି ସାମ୍ବାଦିକମାନେ ଖବର ପ୍ରକାଶ କରୁଥିଲେ । ତେଣୁ ସେମାନଙ୍କୁ ସସ୍ପେଣ୍ଡ କରାଯାଇଥାଇ ପାରେ ।

ମସ୍କ ଆଉ ଏକ ଟ୍ୱିଟରେ କହିଛନ୍ତି, “ମୋତେ  ସମାଲୋଚନା କରିବାରେ କୌଣସି ଅସୁବିଧା ନାହିଁ। କିନ୍ତୁ ମୋ ରିୟଲ ଟାଇମ ଲୋକେସନ ଓ ମୋ ପରିବାରକୁ ଟାର୍ଗେଟ କରି ତଥ୍ୟ ସାର୍ବଜନୀନ କରିବା ଆଦୌ ଗ୍ରହଣୀୟ ନୁହେଁ।”

ଏହି  ଘଟଣା ପରେ ଅନ୍ୟ ସାମ୍ବାଦିକମାନେ ଚିନ୍ତାରେ ପଡ଼ିଛନ୍ତି । ଜଣେ  ମହିଳା ସାମ୍ବାଦିକ ଟ୍ୱିଟ କରି ଲେଖିଛନ୍ତି, ମୋ ଟାଇମଲାଇନରେ ବି ସମସ୍ୟା ଦେଖା ଦେଲାଣି । ତେଣୁ ମୁଁ ମଧ୍ୟ ଖୁବଶୀଘ୍ର ବ୍ୟାନ ହୋଇଯିବି ବୋଲି ଆଶଙ୍କା କରୁଛି।”

Leave A Reply

Your email address will not be published.