ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ଲାଗି ଆଉ ୨ଟି ଗେଟ୍ ଖୋଲିଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ । ଏହାକୁ ମିଶାଇ ସର୍ବମୋଟ ୨୦ ଟି ଗେଟ ଖୋଲିଛି ।
ଏହା ମଧ୍ୟକୁ ସେକେଣ୍ଡ ପିଛା ୨ ଲକ୍ଷ ୮୯ ହଜାରରୁ ଅଧିକଘନଫୁଟ ଜଳ ପ୍ରବେଶ କରୁଥିବାବେଳେ ପାଖାପାଖି ସେକେଣ୍ଡ ପିଛା ୩ଲକ୍ଷ ୨୨ ହଜାର ଘନଫୁଟ ଜଳ ନିଷ୍କାସିତ ହେଉଥିବା ସୁତ୍ରରୁ ପ୍ରକାଶ ।
ସୂଚନାନୁଯାୟୀ ମହାନଦୀର ଉପରମୁଣ୍ଡରେ ପ୍ରବଳବର୍ଷା ଯୋଗୁଁ ଡ୍ୟାମ୍ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି । ଏହି ହୀରାକୁଦ ବନ୍ଧର ଜଳ ପତ୍ତନ କ୍ଷମତା ୬୩୦ ଫୁଟ୍ ରହିଛି । ଏବେ ଏହାର ଜଳସ୍ତର ୬୧୫.୯୫ ଫୁଟ୍ ରହିଛି ।
Comments are closed.