Latest Odisha News

ଆସିଥିଲେ ଟଙ୍କା ଚୋରି କରିବାକୁ କିନ୍ତୁ ଜାଳିଦେଲେ ATM, ଜାଣନ୍ତୁ କାହିଁକି

ଉଦଳା: ଟଙ୍କା ଲୁଟ କରିବାକୁ ଆସି ATM ଜଳିଦେଲେ ଦୁର୍ବୁତ୍ତ। ଏଭଳି ଘଟଣା ଘଟିଛି ଉଦଳା ଅଞ୍ଚଳରେ । ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ମିଳିଥିବା ସୂଚନା ଅନୁସାରେ, ଉଦଳ କଲେଜ ରୋଡରେ ଥିବା ଏକ ଏଟିଏମକୁ ପୋଡି ପାଉଁଶ କରିଦେଇଛନ୍ତି ଦୁର୍ବୃତ୍ତ। ଏହି ଦୁର୍ବୁତ୍ତ ମାନେ ଟଙ୍କା ଚୋରି କରିବାକୁ ATM କୁ ଆସିଥିଲେ । ଟଙ୍କା ଚୋରୀ କରିବାକୁ ଆସି ଏହି ଦୁର୍ବୁତ୍ତ ମାନେ ଲୁଟ କରିବାରର ବିଫଳ ହୋଇଥିଲେ । ସିସିଟିଭି ଫୁଟେଜ ଅନୁଯାୟୀ ଅନେକ ବାର ଚେଷ୍ଟା ପରେ ସତ୍ତ୍ୱେ ଦୁର୍ବୃତ୍ତ ମାନେ ATM ରୁ ଟଙ୍କା ଖୋଲି ପାରି ନଥିଲେ । ଏହାପରର ରାଗିକି ATM ପୋଡି ଦେଲେ ଦୁର୍ବୃତ୍ତ ।ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି । ବାରମ୍ବାର ବିଫଳତା ସହ ପୋଲିସ୍ ପଟ୍ରୋଲିଂ ଗାଡି ସେହି ରାସ୍ତାରେ ଯିବାର ଦେଖି ଦୁର୍ବୃତ୍ତମାନେ ଏଟିଏମରେ ନିଅଁ। ଲଗାଇ ସେଠାରୁ ଖସି ଯାଇଛନ୍ତି । ଯାହାଫଳରେ ଏଟିଏମଟି ପୋଡିଯାଇଛି । ଏହା ସହିତ ଏଟିଏମରେ ନିଅଁ। ଲାଗିଥିବା ଦେଖି ଦମକଳ ବିଭାଗ ଘଟଣାସ୍ଥଳରେ ପଞ୍ଚିଛି ନିଆଁକୁ ଆୟତ୍ତ କରିଥିଲା।

ତେବେ ଏଟିଏମ ଭାଙ୍ଗିବା ନିମନ୍ତେ ଦୁର୍ବୃତ୍ତ ଆଣିଥିବା ଗ୍ୟାସ୍ ଟାଙ୍କି ଏବଂ କଟରକୁ ପୋଲିସ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.