Latest Odisha News

BREAKING NEWS

ଖୋଲିଲା ହୀରାକୁଦ ଜଳଭଣ୍ଡାରର ୧୬ଟି ଗେଟ୍

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ଗୁରୁବାର ଦିନ ପର୍ଯ୍ୟାୟକ୍ରମେ ୧୬ଟି ଖୋଲିଛି। ପୂର୍ବରୁୁ ଆଜି ସକାଳେ ୨ଟି ଗେଟ୍ ଖୋଲାଯାଇଥିଲା ।

ମିଳିଥିବା ସୂଚନାନୁଯାୟୀ ଏହି ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ଥିବାବେଳେ ଏହାର ଜଳସ୍ତର ୬୨୧ ଫୁଟକୁ ଛୁଇଁଛି । ଏହାକୁ ନଜରରେ ରଖି ଆଜି ୧୬ଟି ଗେଟ୍ ଖୋଲାଯିବା ନେଇ ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଥିଲେ।

ଆହୁରି ମଧ୍ୟ ଏହାଫଳରେ ତଳମୁଣ୍ଡା ଅଞ୍ଚଳ ଗୁଡିକରେ ବନ୍ୟା ପରିସ୍ଥିତି  ଉପୁଜିବ ନାହିଁ ବୋଲି ଜଳ ସମ୍ପଦ ବିଭାଗର ସଚିବ  ପ୍ରଦୀପ ଜେନା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।

 

Leave A Reply

Your email address will not be published.