Latest Odisha News

BREAKING NEWS

ପୂଜା କରନ୍ତୁ ବଜରଙ୍ଗବାଲିଙ୍କୁ, ଦୂରେଇ ଯିବ ଏହି ସବୁ ସମସ୍ୟା

ଅସାଧ୍ୟ ରୋଗରୁ ମୁକ୍ତି ପାଇଁ ପ୍ରାତଃକାଳରେ ନାଲି ରଙ୍ଗର ବସ୍ତ୍ର ଧାରଣ କରି ଭଗବାନ ହନୁମାନଙ୍କୁ ପୂଜା କରନ୍ତୁ । ଭଗବାନ ହନୁମାନଙ୍କୁ ନାଲି ଫୁଲମାଳା ଚଢାଇ, ଦୀପ ଲଗାନ୍ତୁ ଏବଂ ଗୁଡ ଭୋଗ ଲଗାନ୍ତୁ । ଏହା ସହ ‘ସଙ୍କଟମୋଚନ ହନୁମାନ ପାଠ’ ୧୧ ଥର ଜପ କରନ୍ତୁ ।

ଋଣରୁ ମକ୍ତି ପାଇବା ପାଇଁ ଭଗବାନ ହନୁମାନଙ୍କ ନିକଟରେ ଘିଅ ଦୀପରେ ୯ଟି ସଳିତା ପକାଇ ଜଳାନ୍ତୁ ଏବଂ ୭ଟି ଲଡୁ ଅର୍ପଣ କରନ୍ତୁ । ଭୋଗ ପରେ ଏହି ଲଡୁକୁ ବାଣ୍ଟି ଦିଅନ୍ତୁ ।

ମଙ୍ଗଳ ଦୋଷ ଦୂର ପାଇଁ ହନୁମାନଙ୍କ ନିକଟରେ ସୁନ୍ଦରକାଣ୍ଡ ପାଠ କରନ୍ତୁ । । ଏହା ପରେ ହନୁମାନଙ୍କ ନିକଟରେ ଲଗାଇଥିବା ଭୋଗକୁ ଗରିବଙ୍କୁ ଦାନ କରନ୍ତୁ ।

Leave A Reply

Your email address will not be published.