Latest Odisha News

BREAKING NEWS

୨ଟି ସ୍ଲୁଇସ୍ ଗେଟ୍ ଦେଇ ହୀରାକୁଦ ଡ୍ୟାମରୁ ଛଡ଼ାଗଲା ପ୍ରଥମ ବନ୍ୟା ଜଳ

ସମ୍ୱଲପୁର: ଗେଟ୍ ଖୋଲିଲା ହୀରାକୁଦ ଡ୍ୟାମ୍ । ଚଳିତବର୍ଷର ପ୍ରଥମ ବନ୍ୟା ଜଳ ଛଡ଼ାଯାଇଛି । ପ୍ରଥମ ପର୍ୟ୍ୟାୟରେ ଜଳଭଣ୍ଡାରର ୨ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ପାଣି । ପାରମ୍ପରିକ ପୂଜାର୍ଚ୍ଚନା ପରେ ନଡିଆ ପିଟି ପ୍ରଥମ ବନ୍ୟା ଜଳ ନିଷ୍କ।ସନ ହେ।ଇଛି । ୭ ଓ ୮ ନମ୍ବର ସ୍ଲୁଇସ୍ ଗେଟ୍ ଦେଇ  ନିଷ୍କାସିତ ହେଉଛି ବନ୍ୟା ଜଳ ।

ଡ୍ୟାମରେ ଜଳ ଧାରଣର ସ୍ଥିତି ଦେଖି ଆଗକୁ ଆଉ କେତୋଟି ଗେଟ୍ ଖୋଲାଯିବ ସେନେଇ ନିଷ୍ପତ୍ତି ନେଇ ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷ । ଗେଟ୍ ଖୋଲିଲା ବେଳକୁ ହୀରାକୁଦ ଡ୍ୟାମରେ ଜଳସ୍ତର ରହିଥିଲା ୬୦୯.୪୫ ଫୁଟ୍ । ଜଳଭଣ୍ଡାର ଭିତରକୁ ପ୍ରତି ସେକେଣ୍ଡରେ ୬୫ହଜାର ୨ ଘନଫୁଟ ଜଳ ପ୍ରବେଶ କରୁଥିବା କରୁଛି । ଗତକାଲି ସୁଦ୍ଧା ବିଦ୍ୟୁତ ଉତ୍ପାଦନ ଓ ବିଭିନ୍ନ କେନାଲ୍ ଦେଇ ହୀରାକୁଦରୁ ନିଷ୍କାସିତ ହେଉଥିଲା ୨୦ହଜାରରୁ ଅଧିକ ଘନଫୁଟ ବନ୍ୟା ପାଣି ।

ଉପରମୁଣ୍ଡରେ ବର୍ଷା ହେଉଥିବାରୁ ଓ ଆଗକୁ ବର୍ଷା ସମ୍ଭାବନା ଥିବାରୁ ହୀରାକୁଦ ଡ୍ୟାମ୍ ଖୋଲିଛି ଗେଟ୍ । ତେବେ ବର୍ତ୍ତମାନ ସ୍ଥିତି ଦେଖିଲେ ତଳମୁଣ୍ଡରେ କୌଣସି ବନ୍ୟା ଆଶଙ୍କା ନାହିଁ । ତଥାପି ମହାନଦୀ ଅବବାହିକାର ୨୦ ଜିଲ୍ଲାର ପ୍ରଶାସନକୁ ସତର୍କ ସୂଚନା ଜାରି କରିଯାଇଛି । ନଦୀ କୂଳିଆ ଗାଁଗୁଡ଼ିକୁ ବି ଆଲର୍ଟ କରାଯାଇଛି ।

Leave A Reply

Your email address will not be published.