Latest Odisha News

BREAKING NEWS

ଆତଙ୍କବାଦୀଙ୍କୁ ସହଯୋଗ କରୁଥିଲେ, ବିଦା ହେଲେ ୧୧ ସରକାରୀ କର୍ମଚାରୀ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଆଜି ଆତଙ୍କବାଦୀଙ୍କୁ ସହଯୋଗ କରିବା ଅଭିଯୋଗରେ ୧୧ ସରକାରୀ କର୍ମଚାରୀଙ୍କୁ ବରଖାସ୍ତ କରାଯାଇଛି । ଏମାନଙ୍କ ମଧ୍ୟରେ ୨ଜଣ କନଷ୍ଟେବଲ, ହିଜବୁଲ ମୁଜାହିଦ୍ଦିନର ମୁଖ୍ୟ ସୟେଦ ସଲ୍ଲାଉଦ୍ଦିନର ୨ ପୁଅ(ସୟେଦ ଅହମ୍ମଦ ସକିଲ, ଶାହିଦ ୟୁସୁଫ) ଓ କିଛି ଶିକ୍ଷକ ସାମିଲ ଅଛନ୍ତି ।

ସ୍ଥାନୀୟ ପ୍ରଶାସନରୁ ମିଳିଥିବା ସୂଚନା ମୁତାବକ ଏମାନେ ପୋଲିସ, ଶିକ୍ଷା, କୃଷି, ବିଜୁଳି ଓ ଦକ୍ଷତା ବିକାଶ ବିଭାଗରେ କାର୍ଯ୍ୟ କରୁଥିଲେ । ହାଇକୋର୍ଟରେ ଏମାନଙ୍କ ତଦନ୍ତ ହେବ ଏବଂ ଯଦି ବଳିଷ୍ଠ ପ୍ରମାଣ ନ ମିଳେ ତାହାହେଲେ ସେମାନେ ରିଲିଫ ପାଇପାରିବେ ।

Leave A Reply

Your email address will not be published.