ଚେନ୍ନାଇ:ସୃଜନୀ ପରିବାର ଚେନ୍ନେଇର ଇ ସାହିତ୍ୟ ପତ୍ରିକା ” ହିରଣ୍ମୟୀ”ର ଚତୁର୍ଥ ଜୟନ୍ତୀ ଆସର ଓ ଯୁବକବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ଭାଷା ଆପଣାନ୍ତୁ ଅଭିଯାନର ରାଜ୍ୟ ସଭାପତି ଯୁବକବି ଆଶିଷ ମିଶ୍ରଙ୍କ ପୌରୋହିତ୍ୟରେ ଗତିଶୀଳ ଆସରରେ ସୃଜନୀ ପରିବାର ଚେନ୍ନେଇର ସମ୍ପାଦକ ଅଶୋକ କୁମାର ସାମନ୍ତ ସ୍ବାଗତ ସମ୍ବର୍ଦ୍ଧନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଅଧ୍ୟାପକ ପି. ଏସ୍ ଆର୍ଯ୍ୟାବର୍ତ୍ତ ଦାସ ପର୍ଯ୍ୟାୟ କ୍ରମେ କବିତା ଗୁଡିକର ସମୀକ୍ଷା କରିଥିବା ବେଳେ ଅତିଥି କବି ମାନସ କୁମାର ପଣ୍ଡା ଓ ଅଜିତ୍ କୁମାର ସାବତ୍ ନିଜସ୍ବ କବିତା ପାଠ ସହ ଯୁବଶକ୍ତିର ଜାଗୃତି ଆହ୍ବାନ ଦେଇଥିଲେ ।
କବି ରମେଶ ଚନ୍ଦ୍ର ପସାଏତଙ୍କ ସଂଯୋଜନାରେ ୧୬ ଜଣଙ୍କ ଯୁବକବିଙ୍କ କବିତା ପାଠ ହୋଇଥିଲା । ଏମାନେ ହେଲେ ଜ୍ଞାନେନ୍ଦ୍ର କୁମାର ପଣ୍ଡା, ଦୀପିକା ଦାସ, ଜୟଶ୍ରୀ ମହାରଣା, ଚୁମକି ଦାସ, ଫିରୋଜ ପଟେଲ ,କହ୍ନେଇ ସାହୁ,ମହେଶ ପ୍ରଧାନ, ରାଈରଞ୍ଜନର ନନ୍ଦ, ରମେଶ ବାରିକ, ଧୀରେନ୍ଦ୍ର ପ୍ରଧାନ, ଶୁଭେନ୍ଦୁ ସାହୁ, ପ୍ରାଶାନ୍ତ ନାଥ ,ପ୍ରଭାତ କୁମାର ନାୟକ, କେ. ନର୍ମଳି, ଆଦିତ୍ୟ ଦାସ,ଲୋକନାଥ ପସାଏତ୍ ପ୍ରମୁଖ । ଶେଷରେ କବି ମୁରାରି ପ୍ରସାଦ ପସାଏତ୍ ମନ୍ତ୍ରପାଠ କରିଥିଲେ ।
Comments are closed.