Latest Odisha News

BREAKING NEWS

ଆତ୍ମସମର୍ପଣର ୨୦ ମିନିଟ ପରେ ମୁକୁଳିଲେ ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ; ଜେଲରେ ଦେଲେ ମଗ୍ ସଟ୍

ନୂଆଦିଲ୍ଲୀ: ଆତ୍ମସମର୍ପଣ କରିବାର ମାତ୍ର ୨୦ ମିନିଟ ପରେ ଜେଲରୁ ମୁକୁଳିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଗୁରୁବାର ଜର୍ଜିଆ ଆଣ୍ଟଲାଣ୍ଟ ଜେଲରେ ଆତ୍ମସମର୍ପଣ କରିଥିଲେ । ହେଲେ ୨୦ ମିନିଟ ପରେ ୨ ଲକ୍ଷ ଡଲାର ମୁଚାଲିକାରେ ସେ ଜେଲରୁ ବାହାରିଛନ୍ତି । ନିର୍ବାଚନ ଫଳାଫଳ ହେରଫେର ଅଭିଯୋଗରେ ଗିରଫ ହୋଇଥିଲେ । ତାଙ୍କ ନାମରେ ୧୩ଟି ଅଭିଯୋଗ ରହିଛି ।

ନିର୍ବାଚନ ଫଳାଫଳରେ ହେରଫେର ଅଭିଯୋଗରେ ଟ୍ରମ୍ପ ଆତ୍ମସମର୍ପଣ କରିବା ପରେ ଆଟଲାଣ୍ଟର ଫୁଲଟୋନ କାଉଣ୍ଟି ଜେଲରେ ଆତ୍ମସମର୍ପଣ କରିଥିଲେ । ସେଠାରେ ମାତ୍ର  ୨୦ ମିନିଟ ଜେଲରେ ରହିଥିଲେ । ଜେଲରେ  ଟ୍ରମ୍ପଙ୍କର  ମଗ୍ ସଟ୍ ନିଆ ଯାଇଥିଲା । ଆମେରିକା ଇତିହାସରେ ପ୍ରଥମ ଥର ପାଇଁ ଜଣେ ପୂର୍ବତନ ରାଷ୍ଟ୍ରପତିଙ୍କ ମଗସଟ ନିଆଯାଇଥିଲା ।

ମଗସଟ ଅର୍ଥାତ କେବଳ ମୁହଁର ଫଟୋ ନିଆ ଯାଇଥିଲା । ଏହି ଘଟଣା ପରେ ଟ୍ରମ୍ପଙ୍କ ନାଁରେ ଏକ ରେକର୍ଡ ଯୋଡି ହୋଇଗଲା । ଟ୍ରମ୍ପ ସେଠାରେ ଗାଢ ନୀଳ ରଙ୍ଗର ସୁଟ ଏବଂ ଧଳା ସର୍ଟ ଏବଂ ରେଡ ଟାଇ ପିନ୍ଧି ମଗ ସଟ ଦେଇଥିଲେ । ତେବେ ସେ କ୍ୟାମେରା ଉପରେ ଖୁବ ଜୋରରେ ରାଗି ଚିତ୍କାର କରୁଥିବା ଦେଖିବାକୁ ମିଳିଥିଲା । ଏହି ସମୟର ଫଟୋ ବି ସାମ୍ନାକୁ ଆସିଛି ।

ଫୁଲଟନ ଜେଲ ପକ୍ଷରୁ ଟ୍ରମ୍ପଙ୍କୁ କଏଦୀ ନମ୍ବର PO1135809 ଦିଆ ଯାଇଥିଲା । ସେଥିରେ ତାଙ୍କର ହାଇଟ ୬ ଫୁଟ ତିନି ଇଞ୍ଚ (୧.୯) ମିଟର, ଓଜନ ୨୧୫ ପାଉଣ୍ଡ ଅର୍ଥାତ ୯୭ କିଲୋଗ୍ରାମ ଦର୍ଶା ଯାଇଥିଲା । ଯାହା ବି ହେଉ, ଏହି ସମୟରେ ଟ୍ରମ୍ପ ନିଜକୁ ନିର୍ଦ୍ଦୋଷ ବୋଲି ବାରମ୍ବାର କହୁଥିଲେ । ୭୭ ବର୍ଷୀୟ ଡୋନଲ୍ଡ ଟ୍ରମ୍ପ ଏବଂ ଅନ୍ୟ ୧୮ ଜଣଙ୍କ ବିରୋଧରେ ୨୦୨୦ ଜର୍ଜିଆ ନିର୍ବାଚନ ଫଳାଫଳକୁ ଓଲଟାଇବା ପ୍ରୟାସ ସମ୍ପନ୍ଧରେ ପାଖାପାଖି ୪୧ ମାମଲା ରୁଜୁ କରାଯାଇଛି ।

ଅନ୍ୟପକ୍ଷେ ଜେଲରୁ ଫେରିବା ପରେ ଟ୍ରମ୍ପ ଟୁଇଟର ଅର୍ଥାତ ଏକ୍ସକୁ ଫରିଛନ୍ତି । ଏକ୍ସରେ ତାଙ୍କମ ମଗ୍ ସଟର ଫଟୋ ସେୟାର କରିଛନ୍ତି ।

Comments are closed.