Latest Odisha News

BREAKING NEWS

ହସପିଟାଲରେ ନାହାଁନ୍ତି ମହିଳା ଏସଆଇ: ବିଷପାନ ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ

ବଲାଙ୍ଗିର: ବିଷ ପିଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା  ପୁଲିସ ଏସଆଇ ନିଖୋଜ ହୋଇଯାଇଛନ୍ତି ।  ହସ୍ପିଟାଲରୁ କୁଆଡେ ନିଖୋଜ ହାଇଯାଇଥିବା ଜଣାଯାଇଛି । ସେ ହସ୍ପିଟାଲରେ ନ ଥିବା  ବଲାଙ୍ଗୀର ମେଡିକାଲ କଲେଜ ସୁପରିଟେଣ୍ଡେଂଟ୍ ସଚଳା ବାଗ କହିଛନ୍ତି ।

ପୋଲିସ ଏସଆଇ କାଜଲ ବାଗ ଦୁଇ ଦିନ ତଳେ ନିଜ ଭଡା ଘରେ ବିଷ ପିଇ ଦେଇଥିଲେ କାଜଲ ବାଗ ।ଗୁରତର ଅବସ୍ଥାରେ ତାଙ୍କୁ  ପ୍ରଥମେ ସଇଁତଳା ହସପିଟାଲ ଏବଂ ପରେ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।  ହେଲେ ସେଠାରୁ ସେ ଫେରାର ହୋଇ ଯାଇଥିବା ଜଣାଯାଇଛି ।

କାଜଲ ବାଗ ବିଷପିଇବା ପୂର୍ବରୁ  କାହାସହ ଫୋନରେ ପାଟିତୁଣ୍ଡ କରିଥିଲେ । ଏହାପରେ ସେ ମଶାମରା ତେଲ ପିଇ ଦେଇଥିଲେ। କିଛି ପୋଲିସ  କର୍ମଚାରୀ ତାଙ୍କୁ ଦେଖି ଉଦ୍ଧାର କରି ଡାକ୍ତରଖାନା ଆଣିଥିଲେ । ତେବେ କାଜଲ ପ୍ରେମରେ ପ୍ରତାରିତା ହେବା ପରେ ଏପରି ପଦକ୍ଷେପ ନେଇଥିବା କୁହାଯାଉଛି  ।  ପୁରୁଷ ବନ୍ଧୁଙ୍କ ସହ ଝଗଡା ହେବା ପରେ ସେ କୁଆଡେ ଏପରି ଚରମ ପଦକ୍ଷେପ ନେଇଛନ୍ତି ।

ଏବେ ଏସଆଇ ଡାକ୍ତରଖାନାରୁ କୁଆଡେ ଗଲେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।   ଯଦି ଆଜି ସନ୍ଧ୍ୟା ସୁଦ୍ଧା ଏସଆଇ ମେଡିକାଲ ନଫେରନ୍ତି ତେବେ ପୁଲିସ ନିକଟରେ ଅଭିଯୋଗ କରାଯିବ ବୋଲି କହିଛନ୍ତି କଲେଜ ସୁପରିଟେଣ୍ଡେଣ୍ଟ ।

Leave A Reply

Your email address will not be published.