Latest Odisha News

ଆଣ୍ଟାର୍କଟିକାର ବରଫ ରନ୍‌ୱେରେ ଲ୍ୟାଣ୍ଡିଂ କଲା ବିମାନ

ଆଣ୍ଟାର୍କଟିକା: ଆଣ୍ଟାର୍କଟିକାର ବରଫ ରନ୍‌ୱେ ଉପରେ ଏକ ବୋଇଙ୍ଗ୍ ୭୮୭ ବିମାନ ଅବତରଣ କରିଛି । ଯାହା ଇତିହାସରେ ପ୍ରଥମ । ଏହି ତୁଷାରାଚ୍ଛନ୍ନ ମହାଦେଶରେ ବୋଇଙ୍ଗ୍ ଯାତ୍ରୀବାହୀ ବିମାନ ଅବତରଣ କରାଇବାରେ ପ୍ରଥମ ହୋଇଥିବାର ମାନ୍ୟତା ପାଇଛି ‘ନର୍ସ ଆଟ୍‌ଲାଣ୍ଟିକ୍ ଏୟାରୱେଜ୍‌’ ।

BjdElectrycity

ତୁଷାର ଓ ବରଫରେ ଖୋଦିତ ହୋଇଥିବା ୯୮୪୦ ଫୁଟ୍ ଲମ୍ବ ଓ ୧୦୦ ଫୁଟ୍ ପ୍ରସ୍ତବିଶିଷ୍ଟ ବରଫ ରନ୍‌ୱେ ଉପରେ ବୋଇଙ୍ଗ୍ ୭୮୭ ଅବତରଣ କରିଛି । ଦକ୍ଷିଣ ଗୋଲାର୍ଦ୍ଧରେ ଗ୍ରୀଷ୍ମଋତୁ ଚାଲିଥିବାରୁ ଉଜ୍ଜ୍ୱଳ ଖରା ପଡ଼ିଥିବା ‘ଟ୍ରୋଲ୍ ଏୟାରଫିଲ୍‌ଡ୍‌’ରେ ‘ନର୍ସ ଆଣ୍ଟଲାଣ୍ଟିକ୍ ଫ୍ଲାଇଟ୍‌’ର ‘ବୋଇଙ୍ଗ୍ ଡ୍ରିମ୍‌ଲାଇନର’ ଅବତରଣ କଲା । ଏହା ହେଉଛି ୩୩୦ଜଣ ଯାତ୍ରୀ ପରିବହନ କ୍ଷମତା ଥିବା ଏକ ‘ଡ୍ରିମ୍‌ଲାଇନର’ର ୬ଷ୍ଠ ମହାଦେଶରେ ପ୍ରଥମ ସଫଳ ଅବତରଣ । ଅବତରଣ କରିଥିବା ଏହି ବୋଇଙ୍ଗ୍ ୭୮୭ ‘ଡ୍ରିମ୍‌ଲାଇନର’ରେ ‘ନରୱେଜିଆନ୍ ପ୍ଲାର ଇନ୍‌ଷ୍ଟିଚ୍ୟୁଟ୍‌’ର ବୈଜ୍ଞାନିକଙ୍କ ସମେତ ୪୫ଜଣ ଯାତ୍ରୀ । ‘ସିଏନ୍‌ଏନ୍‌’ ରିପୋର୍ଟ ଅନୁସାରେ, ଏହି ‘ଡ୍ରିମ୍‌ଲାଇନର’ର ଆଣ୍ଟାର୍କଟିକା ଯାତ୍ରା ସରଳ ନ ଥିଲା । ୨୦୨୩ ନଭେମ୍ବର ୧୩ ତାରିଖ ଦିନ ଏହି ବିମାନ ଅସ୍‌ଲୋରୁ ଉଡ଼ାଣ ଆରମ୍ଭ କରିଥିଲା । ଆଣ୍ଟାର୍କଟିକାରେ ପହଞ୍ଚିିବା ପୂର୍ବରୁ ଏହା ଦକ୍ଷିଣ ଆଫ୍ରିକାର କପେ୍ ଟାଉନ୍‌ରେ ଅବତରଣ କରି ସ୍ୱଳ୍ପ ସମୟ ପାଇଁ ଅଟକିଥିଲା ।

Leave A Reply

Your email address will not be published.