Latest Odisha News

BREAKING NEWS

ଭିକିଙ୍କଠାରୁ ଯଥେଷ୍ଟ ଅଧିକ ଟଙ୍କାର ମାଲିକାଣୀ କ୍ୟାଟ୍ରିନା

ମୁମ୍ବାଇ: ଦୀପାବଳି ଅବସରରେ ରିଲିଜ ହୋଇଯାଇଛି ସଲମାନ ଖାନଙ୍କ ଅଭିନିତ ଫିଲ୍ମ ‘ଟାଇଗର-୩ ‘ । ଏଥିରେ ଅଭିନେତ୍ରୀ କ୍ୟାଟ୍ରିନା କୈଫ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏଥିରେ ଜୋୟା ଭୂମିକାରେ ନଜର ଆସିଥିବା କ୍ୟାଟ୍ରିନା କୈଫ୍ ତାଙ୍କ ସ୍ୱାମୀ ଭିକିଙ୍କଠାରୁ ଯଥେଷ୍ଟ ଅଧିକ ଟଙ୍କାର ମାଲିକାଣୀ । ତାଙ୍କ ସମ୍ପତ୍ତି ବିଷୟରେ ଜାଣିଲେ ଆପଣ ନିଶ୍ଚିତ ଭାବରେ ଚକିତ ହୋଇଯିବେ । ତେବେ ସାଧାରଣତଃ ପତ୍ନୀଙ୍କ ତୁଳନାରେ ପତିଙ୍କର ଧନସଂପତ୍ତି ଟିକେ ଅଧିକ ହୋଇଥାଏ । ମାତ୍ର କ୍ୟାଟ୍ରିନାଙ୍କ କ୍ଷେତ୍ରରେ ସେପରି ନୁହେଁ ।

କ୍ୟାଟ୍ରିନା ବଲିଉଡର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ । ‘ଲାଇଫ୍ ଷ୍ଟାଇଲ୍ ଏସିଆ’ ଅନୁଯାୟୀ ୨୦୨୩ ରେ ତାଙ୍କର ସଂପୂର୍ଣ୍ଣ ସଂପତ୍ତିର ମୂଲ୍ୟ ରହିଛି ପ୍ରାୟ ୨୬୩ କୋଟି ଟଙ୍କା । ସେ ମାସିକ ପ୍ରାୟ ୩ କୋଟି ଟଙ୍କା ଆୟ କରନ୍ତି । ଗୋଟିଏ ଚଳଚ୍ଚିତ୍ର ପାଇଁ କ୍ୟାଟ୍ ପ୍ରାୟ ୧୨ କୋଟି ଟଙ୍କା ନେଉଥିବା ବେଳେ ତାଙ୍କର ବାର୍ଷିକ ରୋଜଗାର ୩୦ କୋଟି ଟଙ୍କାରୁ ଅଧିକ । କୌଣସି ବ୍ରାଣ୍ଡ୍ ଏଣ୍ଡୋର୍ସମେଣ୍ଟପାଇଁ କ୍ୟାଟ୍ରିନା ପ୍ରାୟ ୭ କୋଟି ଟଙ୍କା ନେଉଥିବା ସୂଚନା ରହିଛି ।

୨୦୨୨ ମସିହାରେ ସେ ଭାରତୀୟ ମୂଲ୍ୟରେ ପ୍ରାୟ ୨୩୦ କୋଟି ଟଙ୍କାର ମାଲିକାଣୀ ଥିଲେ । ୨୦୨୧ ମସିହାରେ ତାଙ୍କ ନିକଟରେ ୨୦୫ କୋଟି ଟଙ୍କାର ସଂପତ୍ତି ଥିଲା । ସେହିପରି ୨୦୨୦ ମସିହାରେ ତାଙ୍କ ନିକଟରେ ୧୮୯ କୋଟି ଟଙ୍କାର ସଂପତ୍ତି ଥିବା ଆକଳନ କରାଯାଇଥିଲା । ୨୦୧୯ରେ ସେ ୧୫୬ କୋଟି ଟଙ୍କାର ଅଧିକାରୀଣି ହୋଇଥିବା ବେଳେ ବର୍ଷକୁ ବର୍ଷ ସଂପତ୍ତି ବଢ଼ି ବଢ଼ି ଚାଲିଛି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ୨୦୨୩ ରେ କ୍ୟାଟ୍‌?ଙ୍କ ନିକଟରେ ୨୬୩ କୋଟି ଟଙ୍କାର ସଂପତ୍ତି ଥିବା ବେଳେ ଭିକିଙ୍କ ନିକଟରେ ଅଛି ମାତ୍ର ୪୧ କୋଟି ଟଙ୍କା ।

Leave A Reply

Your email address will not be published.