Latest Odisha News

BREAKING NEWS

Tirupati Ladoo: ଐତିହାସିକ ରେକର୍ଡ: ଗତବର୍ଷ ତିରୁପତି ବାଲାଜୀ ମନ୍ଦିରରେ ୧୩ କୋଟି ୫୨ ଲକ୍ଷରୁ ଅଧିକ ବିକ୍ରି ହେଲା ଲଡୁ

ତିରୁପତି: ୨୦୨୫ ମସିହାରେ ଲଡୁ ବିକ୍ରି କ୍ଷେତ୍ରରେ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି ତିରୁମାଲା ତିରୁପତି ଦେବସ୍ଥାନମ ବୋର୍ଡ । ଗତ ବର୍ଷ ମୋଟ ୧୩ କୋଟି ୫୨ ଲକ୍ଷରୁ ଅଧିକ ଲଡୁ ବିକ୍ରି ହୋଇଛି, ଯାହା ବିଗତ ଏକ ଦଶନ୍ଧି ମଧ୍ୟରେ ସମସ୍ତ ରେକର୍ଡ ଭାଙ୍ଗିଛି ।

ତିରୁମାଲା ତିରୁପତି ଦେବସ୍ଥାନମ ବୋର୍ଡ ପକ୍ଷରୁ ଗୁରୁବାର ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ, ତିରୁପତି ବାଲାଜୀ ମନ୍ଦିରର ଏହି ପବିତ୍ର ପ୍ରସାଦ ‘ଶ୍ରୀଭାରୀ ଲଡୁ ପ୍ରସାଦମ୍’ ବିକ୍ରିରେ ଆସିଥିବା ଏହି ଅଭୂତପୂର୍ବ ବୃଦ୍ଧି ଶ୍ରଦ୍ଧାଳୁଙ୍କ ସଂଖ୍ୟା ଓ ସେମାନଙ୍କ ସନ୍ତୋଷକୁ ଦର୍ଶାଉଛି ।

୨୦୨୪ ମସିହାରେ ଏହି ସଂଖ୍ୟା ୧୨ କୋଟି ୧୫ ଲକ୍ଷ ଥିଲା । ଗତ ବର୍ଷ ତୁଳନାରେ ପ୍ରାୟ ୧ କୋଟି ୩୭ ଲକ୍ଷ ଅଧିକ ଲଡୁ ଶ୍ରଦ୍ଧାଳୁମାନେ କିଣିଛନ୍ତି ।୨୦୨୪ ତୁଳନାରେ ୨୦୨୫ରେ ଲଡୁ ବିକ୍ରିରେ ପ୍ରାୟ ୧୦ ପ୍ରତିଶତ ବୃଦ୍ଧି ଘଟିଛି ।

ଖାଲି ସେତିକି ନୁହେଁ, ଗୋଟିଏ ଦିନରେ ସର୍ବାଧିକ ଲଡୁ ବିକ୍ରି ହେବାର ରେକର୍ଡ ମଧ୍ୟ ୨୦୨୫ରେ ସୃଷ୍ଟି ହୋଇଛି । ବୋର୍ଡର ତଥ୍ୟ ଅନୁଯାୟୀ, ଡିସେମ୍ବର ୨୭ ତାରିଖରେ ଶ୍ରଦ୍ଧାଳୁମାନେ ମୋଟ ୫ ଲକ୍ଷ ୧୩ ହଜାର ଲଡୁ କିଣିଥିଲେ ।

Leave A Reply

Your email address will not be published.