ନୂଆଦିଲ୍ଲୀ : ସାଧାରଣତଃ ଆମ ଭାରତବର୍ଷରେ ମନ୍ଦିରମାଳିନୀର ଦେଶ । ଏଠାରେ ସବୁ ଧର୍ମର ଲୋକ ବସବାସ କରୁଥିବାବେଳେ ଏଠାରେ ଦେଖିବାକୁ ମିଳେ ଅନେକ ମଠ , ମନ୍ଦିର । ପ୍ରତ୍ୟେକ ଦିନ ଏଠାକୁ ଶହ ଶହ ଲୋକ ବୁଲିବାକୁ ଆସନ୍ତି । ପ୍ରତି ମନ୍ଦିରର କିଛି ନା କିଛି ଭିନ୍ନ କାହାଣୀ ଓ ବିଶେଷତ୍ୱ ରହିଛି। ସେମିତି ଏକ ମନ୍ଦିର ହେଉଛି ରାଜସ୍ଥାନସ୍ଥିତ ତ୍ରିନେତ୍ର ଗଣେଶ ମନ୍ଦିର । ଏହି ମନ୍ଦିରଟି ୧୪୭୯ ଫୁଟ ଉଚ୍ଚରେ ଆରାବଳୀ ଏବଂ ବିନ୍ଧ୍ୟାଚଳ ପର୍ବତରେ ଅବସ୍ଥିତ।
ତ୍ରିଲୋଚନ ଗଣେଶଙ୍କୁ ଦର୍ଶନ କରିବାକୁ ହେଲେ, ଅନେକ ଶିଡ଼ି ଚଢ଼ିବାକୁ ପଡ଼ିଥାଏ। ଭକ୍ତଙ୍କ ବିଘ୍ନ ଦୂର କରନ୍ତି ବୋଲି ସେ ହେଉଛନ୍ତି ବିଘ୍ନହର୍ତ୍ତା। ଏହି ମନ୍ଦିରର ଏକ ବିଶେଷତ୍ୱ ରହିଛି । ପ୍ରତିଦିନ ଦେଶର କୋଣ ଅନୁକୋଣରୁ ଶ୍ରଦ୍ଧାଳୁ ମାନେ ଡାକ ଜରିଆରେ ଏଠାକୁ ଚିଠି ପଠାଇଥାନ୍ତି । ସମସ୍ତ ଚିଠିରେ ତ୍ରିନେତ୍ର ଗଣେଶଙ୍କ ଠିକଣା ଲେଖା ହୋଇଥାଏ।
ହିନ୍ଦୀ ଓ ଇଂରାଜୀରେ ଲେଖାଯାଇଥିବା ଏହି ଚିଠି ଗୁଡିକୁ ପୁଜାରୀ ଭଗବାନଙ୍କ ନିକଟରେ ପଢ଼ିଥା’ନ୍ତି। ଆଉ ଏହା ପରେ ମାନସିକଧାରୀଙ୍କର ସବୁ ମନସ୍କାମନା ପୁରା ହୋଇଥାଏ । ଗଣେଶ ଚତୁର୍ଥୀ ଦିନ ଏଠାରେ ଏକ ବିଶେଷ ପୂଜାର ଆୟୋଜନ କରାଯାଇଥାଏ।
Comments are closed.