Latest Odisha News

BREAKING NEWS

ପାତ୍ରପଡ଼ା ହିଟ୍‌ ଆଣ୍ଡ ରନ୍‌ ମାମଲା: ଥାର୍ ମାଲିକ ଗିରଫ

ଭୁବନେଶ୍ୱର: ବହୁଚର୍ଚ୍ଚିତ ପାତ୍ରପଡ଼ା ହିଟ୍‌ ଆଣ୍ଡ ରନ୍‌ ମାମଲା । ଏହି ଘଟଣାରେ ପୂର୍ବରୁ ୩ ଜଣ ଗିରଫ ହୋଇଥିବାବେଳେ, ଏବେ ଥାର୍ ମାଲିକ ହେଲେ ଗିରଫ । ପୁରୀରୁ ଥାର୍ ମାଲିକ ସୋମନାଥ ବେହେରାଙ୍କୁ ଗିରଫ କରିଛି ଖଣ୍ଡଗିରି ପୋଲିସ । ଏ ନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ।

ତେବେ ଗତ ୯ ତାରିଖ ରାକ୍ଷୀ ପୂର୍ଣ୍ଣମୀ ଦିନ ଦିନ ପାତ୍ରପଡ଼ା ଠାରେ ଜଣେ ମହିଳା ତାଙ୍କ ଝିଅକୁ ଧରି ରାସ୍ତା ଅତିକ୍ରମ କରୁଥିବା ବେଳେ ତାଙ୍କୁ ଦ୍ରୁତଗାମୀ ସ୍କର୍ପିଓ ଧକ୍କା ଦେଇଥିଲା । ଏହି ଘଟଣାରେ ମା ଓ ଝିଅ ଗୁରୁତର ହୋଇଥିଲେ । ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେହିଦିନ ହିଁ ଝିଅକୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏହାର ପରଦିନ ତଥା ଅଗଷ୍ଟ ୧୦ ତାରିଖରେ ମା’ ଆଖି ବୁଜିଥିଲେ ।

ଏହି ଘଟଣାକୁ ନେଇ ଉତ୍ତେଜନା ବି ବଢ଼ିଥିବା ବେଳେ ମୃତକଙ୍କ ପରିବାର ଲୋକ ଟାୟାର ଜାଳି ରାସ୍ତା ରୋକ କରିବା ସହ ପ୍ରତିବାଦ କରିଥିଲେ । ପୋଲିସ ପ୍ରଶାସନର ବୁଝାସୁଝା ପରେ ରାସ୍ତାରୋକ ହଟିଥିଲା । ଏହାପରେ ପୋଲିସ ଅଭିଯୁକ୍ତ ମାନଙ୍କୁ ଧରିବାକୁ ଯୋରଦାର ତଦନ୍ତ ଆରମ୍ଭ କରିଥିଲା ।

ଦୁର୍ଘଟଣା ଘଟାଇ ଅଭିଯୁକ୍ତମାନେ ଓଡ଼ିଶା ଛାଡ଼ି ହିମାଚଳପ୍ରଦେଶର ମନାଲି ବୁଲି ସାରି ଆସି ଦିଲ୍ଲୀରେ ଥିଲେ । କମିସନରେଟ ପୋଲିସ ଅଭିଯୁକ୍ତଙ୍କୁ ଦିଲ୍ଲୀରୁ ଗିରଫ କରିଥିଲା । ଏହାପରେ ଥାର୍ ଗାଡ଼ିଟି ଜଟଣୀ ଅଞ୍ଚଳର ହୋଇଥିବା ସୂଚନା ମିଳିବା ପରେ ଗାଡିର ମାଲିକକୁ ଆଜି ପୋଲିସ ଗିରଫ କରିବାରେ ସଫଳ ହୋଇଛି ।

 

Comments are closed.