Latest Odisha News

ନୋଟାଠୁ କମ୍ ଭୋଟ୍ ପାଇଲା ଶିବସେନା

ମୁମ୍ବାଇ: ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳରେ ବିଜେପି ୪ ରାଜ୍ୟରେ ବାଜିମାତ କରିଥିବା ବେଳେ ଆମ୍ ଆଦମୀ ପାର୍ଟି ଗୋଟିଏ ରାଜ୍ୟରେ କ୍ଷମତା ଦଖଲ କରିଛି । ତେବେ ଏହି ନିର୍ବାଚନରେ ବିଜେପିକୁ ହରାଇବା ପାଇଁ ଶିବସେନା ପ୍ରାର୍ଥୀ ଦେଇଥିଲା । ଜାଣିଲେ ଆଶ୍ଚର୍ଯ୍ୟ ହେବେ ନୋଟା ଅପେକ୍ଷା ଏହି ଦଳକୁ ୩ ରାଜ୍ୟରେ କମ୍ ଭୋଟ୍ ମିଳିଛି । ମହାରାଷ୍ଟ୍ରରେ ଏନସିପି, କଂଗ୍ରେସ ସହ ମିଶି ସରକାରରେ ରହିଛି ଶିବସେନା । ୫ ରାଜ୍ୟରୁ ୩ ରାଜ୍ୟରେ ଶିବସେନା ପ୍ରାର୍ଥୀ ଦେଇଥିଲାା

ଗୋଆରେ ଶିବସେନା ୧୦ଟି ଆସନରେ ପ୍ରାର୍ଥୀ ଦେଇଥିଲା । ସମସ୍ତ ପ୍ରାର୍ଥୀ ଅମାନତ ହାରିଛନ୍ତିା ଏଠାରେ ଶିବସେନା ପ୍ରାର୍ଥୀଙ୍କୁ ୧୦୦ରୁ କମ୍ ଭୋଟ୍ ପାଇଛନ୍ତିା ସେହିପରି ମଣିପୁରରେ ବିଜେପି ୬ଟି ଆସନରେ ପ୍ରାର୍ଥୀ ଦେଇଥିଲା । ଏଠାରେ ମଧ୍ୟ ଅମାନତା ହାରିଛି । ମୋଟ୍ ୦.୦୩ ପ୍ରତିଶତ ଭୋଟ୍ ଶିବସେନା ସପକ୍ଷରେ ପଡିଥିଲାା ହେଲେ ନୋଟା ସପକ୍ଷରେ ୦.୬୯ ପ୍ରତିଶତ ଭୋଟ୍ ପଡିଛି ।

ତେବେ ନିର୍ବାଚନରେ ଅମାନତ ହାରିବା ପରେ ଶିବସେନା ମୁଖପାତ୍ର ସଞ୍ଜୟ ରାଉତ କହିଛନ୍ତି, ତାଙ୍କ ଦଳ ନୋଟା ଅପେକ୍ଷା କମ୍ ଭୋଟ୍ ପାଇଲା କାରଣ ତାଙ୍କ ପାଖରେ ନୋଟ୍ ନଥିଲାା ବିଜେପି ନୋଟ୍ ଦେଇ ଭୋଟ୍ ହାତେଇଛି ବୋଲି ସଞ୍ଜୟ କହିଛନ୍ତିା

Comments are closed.