Latest Odisha News

BREAKING NEWS

ୟୁପି ଲଖିମପୁର ଖେରୀର ସମସ୍ତ ଆସନର ଫଳାଫଳ ଦେଖି ଜଳକା ବିରୋଧୀ

ଲକ୍ଷ୍ନୌ: ବିଧାନସଭା ନିର୍ବାଚନ ପରୀକ୍ଷାରେ ପଶ୍ଚିମ ୟୁପି ଚଳିତ ଥର ବିଜେପି ପାଇଁ ବଡ ଚ୍ୟାଲେଞ୍ଜ ଥିଲାା କିନ୍ତୁ ଏହି ପରୀକ୍ଷାର ଫଳାଫଳରେ ସେମିତି କିଛି ହେଲାନାହିଁ ଯେପରି ଆଶଙ୍କା କରାଯାଉଥିଲା । ଆଉ ଲଖିମପୁର ଖେରୀର ସମସ୍ତ ୮ଟି ଯାକ ଆସନରେ ବିଜେପି ବାଜିମାତ କରି ବିରୋଧୀଙ୍କୁ ଝଟକା ଦେଇଛି । ଖାଲି ଏତିକି ନୁହେଁ ୟୁପିର ହାଥରସ ଏବଂ ଉନ୍ନାଓ ଦୁଷ୍କର୍ମ ଘଟଣା ପାଇଁ ସମାଲୋଚିତ ହୋଇଥିବା ଯୋଗୀ ସରକାର ଏଠି ବି ବିଜୟୀ ହୋଇଛନ୍ତି ।

ଗତବର୍ଷ ୟୁପି ସୀମାରେ ଚାଷୀ ଆନେ୍ଦାଳନରେ ବସିଥିଲୋ ଏହି ସମୟରେ କେନ୍ଦ୍ରଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର ଓରଫ ଟେନି ଲଖିମପୁର ଖେରୀରେ ଏକ ସଭା କରିଥିଲେ । ଯାହାକୁ ବିରୋଧ କରିଥିଲେ ଚାଷୀ ନେତା । କିନ୍ତୁ ଟେନୀଙ୍କ କାର ତଳେ ଚାପି ହୋଇ ପ୍ରାଣ ହରାଇଥିଲେ ୪ ଚାଷୀ । ଜଣେ ସାମ୍ବାଦିକ ମଧ୍ୟ ହିଂସାରେ ପ୍ରାଣ ହରାଇଥିଲେ । ଏହି ଘଟଣାରେ ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ର ଜେଲ୍ ଯାଇଥିଲେ । ଆଶିଷ ଚାଷୀଙ୍କ ଉପରେ ଜିପ୍ ଚଢାଇ ଦେଇଥିଲେ ବୋଲି ତଦନ୍ତ ଅଧିକାରୀ ଚାର୍ଜଶିଟରେ ଉଲ୍ଲେଖ କରିଛନ୍ତି । ଏବେ ସେ ଜାମିନରେ ଆସିଛନ୍ତି ।

ଏହି ଘଟଣା ପରେ ପରେ କେନ୍ଦ୍ର ସରକାର ତିନି କୃଷି ଆଇନ ରଦ୍ଦ କରିଥିଲେ । ସେହିପରି ଉନ୍ନାଓରେ ଶାସକ ଦଳ ବିଜେପିର ବିଧାୟକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିଥିଲାା ଏହାପରେ ବିଜେପି ସଂପୃକ୍ତ ବିଧାୟକଙ୍କୁ ଦଳରୁ ବହିଷ୍କୃତ କରିଥିଲୋ ସଂପୃକ୍ତ ବିଧାୟକ ବିଜେପିର ଜଣେ ପ୍ରଭାବୀ ନେତା ହୋଇଥିବାରୁ ପୁଲିସ ଗିରଫ କରିବାରେ ବିଳମ୍ବ କରିଥିଲା ବୋଲି ଅଭିଯୋଗ ହୋଇଥିଲାା ଆଉ ଅପରାଧ ବିରୋଧରେ ଯୋଗୀ ସରକାରର ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠିଥିଲା ।

ସେହିପରି ହାଥରସରେ ଜଣେ ଯୁବତୀ ଦୁଷ୍କର୍ମର ଶିକାର ହୋଇଥିଲେ । ଆଉ ପୀଡିତାଙ୍କ ଶବକୁ ତାଙ୍କ ପରିବାର ଲୋକଙ୍କୁ ନଦେଇ ରାତାରାତି ପ୍ରଶାସନ ଅନ୍ତିମ ସଂସ୍କାର କରିଦେଇଥିବା ଅଭିଯୋଗ ହୋଇଥିଲାା ଏହିସବୁ ପ୍ରସଙ୍ଗକୁ ନେଇ ବିରୋଧୀ ୟୁପି ରୁ ଦିଲ୍ଲୀ ଗର୍ଜିଥିଲେ । ଶାସକ ଦଳ ବିଜେପି ସମାଲୋଚନାର ଶିକାର ହୋଇଥିଲାା କିନ୍ତୁ ନିର୍ବାଚନ ମୈଦାନରେ ଜନମତ ବିଜେପି ସମର୍ଥନରେ ଯାଇଛି ।

Comments are closed, but trackbacks and pingbacks are open.