Latest Odisha News

ୟୁପିରେ ବିଜେପି ଜିତିବା ପରେ ରାକେଶ ଟିକାୟତ କ’ଣ କହିଲେ?

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ବିଜୟୀ ହେବା ପରେ ଦଳୀୟ କର୍ମୀ ଏବଂ ନେତାଙ୍କ ବେଶ ଉତ୍ସାହିତ । ଚଳିତ ଥର ନିର୍ବାଚନ ଲଢିବା ବେଳେ ଶାସକ ବିରୋଧରେ ଅନେକ କିଛି ପ୍ରସଙ୍ଗକୁ ଏକାଠି କରିଥିଲେ ବିରୋଧୀ । ଅନ୍ୟପଟେ ଚାଷୀ ଆନେ୍ଦାଳନ ମଧ୍ୟ ରାଜନୀତିରେ ମିଶାଣ ଫେଡାଣରେ ପେଶି ହୋଇ ବିଜେରି ହାରିଯାଇପାରେ ବୋଲି ମଧ୍ୟ ଆଶଙ୍କା ସୃଷ୍ଟି ହୋଇଥିଲା । କିନ୍ତୁ ରାଜ୍ୟରେ ଏମ୍ (ମୋଦୀ). ୱାଇ (ଯୋଗୀ) ଫ୍ୟାକ୍ଟର ଆଗରେ ସବୁକିଛି ପ୍ରଭାବହୀନ ହୋଇଛି । ବିଜେପି ବିଜୟ ହେବା ପରେ ବିରୋଧୀ ଗୋଷ୍ଠୀ ଜନତାଙ୍କ ମତଦାନକୁ ସମର୍ଥନ କରି ବିଜୟୀ ନେତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଅନ୍ୟପଟେ ୟୁପି ବିଧାନସଭା ନିର୍ବାଚନ ବେଳେ ବିଭିନ୍ନ ଆଡେ ପ୍ରଚାର କରି ୟୁପିରେ ବିଜେପି ବିରୋଧରେ ପ୍ରଚାର କରୁଥିବା ଚାଷୀ ନେତା ରାକେଶ ଟିକାୟତ ଟୁଇଟ୍ କରି ନିଜର ବାର୍ତା ଦେଇଛନ୍ତି । ଏଥିରେ ସେ କହିଛନ୍ତି ଚାଷୀ ଆନେ୍ଦାଳନର ପ୍ରଭାବ ବିଧାନସଭା ନିର୍ବାଚନରେ ପ୍ରତିଫଳନ ହୋଇଛି । ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା । ଯେଉଁ ରାଜ୍ୟରେ ଯିଏ ସରକାର ଗଢିଛନ୍ତି ଆଶା କରାଯାଉଛି ସିଏ ତାଙ୍କ ରାଜ୍ୟର ଚାଷୀଙ୍କୁ ସାଙ୍ଗରେ ନେଇ ଚାଲିବେ ।


ୟୁପିରେ ୪୦୩ ବିଧାନସଭା ଆସନ ଗଣତିରେ ବିଜେପି ଆଗରେ ରହିଛି । ଚଳିତଥର ୭ଟି ପର୍ଯ୍ୟାୟରେ ୟୁପିରେ ବିଧାନସଭା ନିର୍ବାଚନ ହୋଇଥିଲାା

Comments are closed, but trackbacks and pingbacks are open.