Latest Odisha News

BREAKING NEWS

ସାକାର ହେଲା ମେସିଙ୍କ ସ୍ୱପ୍ନ, ବ୍ରାଜିଲକୁ ହରାଇ ଆର୍ଜେଂଟିନା ଜିତିଲା କୋପା ଆମେରିକା ଟ୍ରଫି

ରିଓ ଡି ଜେନେରିୟୋ: ଆର୍ଜେଂଟିନା ୧-୦ ଗୋଲରେ ବ୍ରାଜିଲକୁ ହରାଇ କୋପା ଆମେରିକା ଫୁଟବଲ ଟୁର୍ଣ୍ଣାମେଂଟରେ ଚାମ୍ପିୟନ ହୋଇଛି । ୨୮ ବର୍ଷ ପରେ ଆର୍ଜେଂଟିନା ଟାଇଟଲ ଜିତିବା ସହ ଲିଓନେଲ ମେସିଙ୍କ ସ୍ୱପ୍ନ ସାକାର ହୋଇଛି । ତାଙ୍କ ଅଧିନାକତ୍ୱରେ ପ୍ରଥମ ଥର ପାଇଁ ଆର୍ଜେଂଟିନା କୌଣସି ବଡ ଟୁର୍ଣ୍ଣାମେଂଟରେ ଟାଇଟଲ ହାସଲ କରିଛି । ବ୍ରାଜିଲ ଓ ଆର୍ଜେଂଟିନାର ଏହି ରୋମାଂଚକ ମୁକାବିଲା ସାରା ବିଶ୍ୱ ଦେଖୁଥିଲା କହିଲେ ଭୁଲ ହେବ ନାହିଁ ।

ନେମାର ଓ ମେସିଙ୍କ ଲଢ଼େଇରେ ଶେଷରେ ବାଜି ମାରିଲେ ଆର୍ଜେଂଟିନା ଷ୍ଟାର । ମ୍ୟାଚର ୨୨ତମ ମିନିଟରେ ବିଜୟସୂଚକ ଏକମାତ୍ର ଗୋଲଟି ଏଞ୍ଜେଲ ଡି ମାରିୟୋ ସ୍କୋର କରିଥିଲେ । ୯ଥର ଟାଇଟଲ ହାସଲ କରିଥିବା ବ୍ରାଜିଲ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଭାଗ୍ୟ ସେମାନଙ୍କୁ ସହାୟ ହୋଇ ନ ଥିଲା ।

Leave A Reply

Your email address will not be published.