Latest Odisha News

ଭାରତରେ ଲଞ୍ଚ ହେଲା HMD ବାର୍ବି ଫୋନ୍; ମୂଲ୍ୟ ୮୦୦୦ରୁ କମ୍

ଭୁବନେଶ୍ବର: ୨୦୨୪ ମସିହାରେ ଏଚଏମଡି( HMD)ବାର୍ବି ଫୋନ୍ କୁ ବିଶ୍ବଜାରରେ ଲଞ୍ଚ କରିସାରିଛି । କିନ୍ତୁ ବର୍ତ୍ତମାନ ଏହା ଭାରତରେ ଲଞ୍ଚ କରାଯାଇଛି। ବାର୍ବିକୁ ଝିଅମାନେ ପସନ୍ଦ କରନ୍ତି ;ତେଣୁ ଏହି ଫୋନ ମହିଳାମାନଙ୍କୁ ଧ୍ୟାନରେ ରଖି ଏହି ଲଞ୍ଚ କରାଯାଇଛି ।ଫୋନ୍ ଏକ ଫ୍ଲିପ୍ ଡିଜାଇନ୍ ର ହୋଇଛି ଏବଂ ୨.୮ ଇଞ୍ଚ ଇନର ଡିସପ୍ଲେ ସହିତ ଆସିଛି । ଏହି ଫୋନରେ ୧.୭୭ ଇଞ୍ଚ QQVGA ଆଉଟର ସ୍କ୍ରିନ୍ ଅଛି ଯାହା ଏକ ଦର୍ପଣ ଭାବରେ କାମ କରେ ।

ବାର୍ବି ଫୋନର ଦାମ ଭାରତୀୟ ବଜାରରେ ₹୭୯୯୯ ଟଙ୍କା ରହିଛି । ଯଦି ଆପଣ ଏହାକୁ କିଣିବାକୁ ଚାହୁଁଛନ୍ତି, ତେବେ ଆପଣ ଏହାକୁ HMDର ଭାରତୀୟ ୱେବସାଇଟରୁ କିଣି ପାରିବେ । ଫୋନଟି ପାୱାର ପିଙ୍କ୍‌ (Power Pink) ରଙ୍ଗରେ ଉପଲବ୍ଧ ।

ଫୋନ୍ ଟି Unisoc T107 ପ୍ରୋସେସର ଦ୍ବାରା ଚାଳିତ । 64MB RAM ଏବଂ 128MB ଆଭ୍ୟନ୍ତରୀଣ ଷ୍ଟୋରେଜ୍ ପ୍ୟାକ୍ ସହ ଆସିଛି ଯାହାକି ମାଇକ୍ରୋ SD କାର୍ଡ ମାଧ୍ୟମରେ 32GB ପର୍ଯ୍ୟନ୍ତ ବିସ୍ତାର ହୋଇପାରିବ । HMD ବାର୍ବି ଫୋନ୍ S30 + OSରେ ଚାଲିଥାଏ । ଅଡିଓ ଫିଚର ଦେଖିଲେ ଏଥିରେ MP3 ପ୍ଲେୟାର, FM ରେଡିଓ ସର୍ପୋଟ କରେ ।

HMD ବାର୍ବି ଫୋନରେ 1,450mAh ବ୍ୟାଟେରୀ ଅଛି ଯାହା ଗୋଲାପୀ ରଙ୍ଗର ବିକଳ୍ପରେ ଆସେ । ବ୍ୟାଟେରୀକୁ ରିମୁଭ୍ ମଧ୍ୟ କରିହେବ । ଏହା 4G, ଡୁଆଲ୍-ସିମ୍, ବ୍ଲୁଟୁଥ୍ 5.0,3.5mm ଅଡିଓ ଜ୍ୟାକ୍ ଏବଂ USB ଟାଇପ୍-ସି କନେକ୍ଟିଭିଟିକୁ ସପୋର୍ଟ କରେ । ଏହି ଫୋନରେ ଏଲଇଡି ଫ୍ଲାସ ସହିତ 0.3 ମେଗାପିକ୍ସେଲର ରିୟର କ୍ୟାମେରା ଅଛି। ଏହି ମୂଲ୍ୟରେ, HMD ର ବାର୍ବି ଫୋନ୍ ଏକ ଭଲ ବିକଳ୍ପ ହୋଇପାରେ । ବିଶେଷକରି ଯେଉଁମାନେ ବାର୍ବିକୁ ପସନ୍ଦ କରନ୍ତି ।

ଆପଣ କଷ୍ଟମ୍ ଆଇକନ୍, ୱାଲପେପର ଏବଂ ବାର୍ବି ରିଙ୍ଗଟୋନ୍ ମଧ୍ୟ ପାଇପାରିବେ । HMD ଦୁଇଟି କଷ୍ଟୋମାଇଜ୍ ବାର୍ବି-ଥିମ୍ ବ୍ୟାକ୍ କଭର- ଏକ ମାଳି ଡିଜାଇନ ସହ ଷ୍ଟିକର୍ ଏବଂ କ୍ରିଷ୍ଟାଲ ଡିଜାଇନର ଫୋନ ଗୋଲାପି ଅଳଙ୍କାର ବାକ୍ସରେ ଆସେ ।

 

Leave A Reply

Your email address will not be published.