ନୂଆଦିଲ୍ଲୀ: ଏଚଏମପିଭି ଭାଇରସ ସମଗ୍ର ଦୁନିଆରେ ବ୍ୟାପୁଥିବା ବେଳେ ଭାରତ ମଧ୍ୟ ଏଥିରେ ସାମିଲ ହୋଇଥିବା ନେଇ ସୋମବାର ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ପକ୍ଷରୁ ସ୍ପଷ୍ଟ କରାଯାଇଛି।
ବେଙ୍ଗାଲୁରୁରେ ଏଚଏମପିଭିର ଦୁଇଟି ମାମଲା, କୋଲକାତା ଏବଂ ଗୁଜୁରାଟରୁ ମଧ୍ଯ ପଜିଟିଭ ରିପୋର୍ଟ ଆସିଥିବା ନେଇ ସୂଚନା ମିଳିଛି। ସେଥିମଧ୍ୟରୁ ଜଣେ ୩ ମାସର ଶିଶୁ ହୋଇଥିବାବେଳେ ଅନ୍ୟ ଜଣେ ୮ ମାସର ଶିଶୁ।
ଅପରପକ୍ଷରେ ଗୁଜୁରାଟର ସ୍ୱାସ୍ଥ୍ୟମନ୍ତ୍ରୀ ଋଷିକେଶ ପଟେଲ କହିଛନ୍ତି ଯେ ରାଜସ୍ଥାନର ଡୁଙ୍ଗରପୁରରୁ ସାରୱାରକୁ ଆସିଥିବା ଦୁଇ ମାସର ଶିଶୁଠାରେ ଏହି ଜୀବାଣୁର ସଂକ୍ରମଣ ଦେଖିବାକୁ ମିଳିଛି।
ସେ ଆହୁରି ମଧ୍ଯ କହିଛନ୍ତି, ଶିଶୁକୁ ସାରୱାରରୁ ଅହମ୍ମଦାବାଦକୁ ପଠାଇ ଦିଆଯାଇଛି। ତେବେ କୋଭିଡ ସମୟରେ ଆମେ ମାନେ ଯେଉଁ ନିୟମ ପାଳନ କରୁଥିଲେ। ଯେପରିକି କଣ କରିବା ଉଚିତ କଣ ନ କରିବା ଉଚିତ ସେସବୁ ନିର୍ଦ୍ଦେଶାବଳୀ ବର୍ତ୍ତମାନ ମଧ୍ୟ ପାଳନ କରିବାକୁ ପଡିବ। ତେବେ ରାଜ୍ୟ ସରକାରଙ୍କ ତରଫରୁ ଏସଓପି ଜାରି କରାହେବ ସେ ପ୍ରକାଶ କରିଛନ୍ତି।
ଅପରପକ୍ଷରେ ଏହି ଭାଇରସ ସଂକ୍ରମଣର ପ୍ରଥମ ମାମଲା ଚାଇନାରୁ ଆସିଥିଲା। ଏହା ପରେ ମାଲେସିଆ ଏବଂ ସିଙ୍ଗାପୁରରେ ଏହା ଦେଖାଯାଇଥିଲା। ଜାପାନ ଏବଂ ହଂକଂରେ ମଧ୍ୟ ସରକାର ସ୍କ୍ରିନିଂ ଆରମ୍ଭ କରିଦେଇଛନ୍ତି। ୨୦୨୪ ମସିହାରେ ଦେଶରେ ୩୨୭ ଏଚଏମପିଭି ମାମଲା ରିପୋର୍ଟ ହୋଇଥିଲା, ଯାହା ୨୦୨୩ରେ ରେକର୍ଡ ହୋଇଥିବା ୨୨୫ ମାମଲା ଅପେକ୍ଷା ୪୫% ଅଧିକ ଅଟେ। ମାଲେସିଆ ସରକାର ନାଗରିକମାନଙ୍କୁ ନିର୍ଦ୍ଦେଶାବଳୀ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି।
ଏଚଏମପିଭି ନ୍ୟୁମୋୱିରିଡେ ଫ୍ୟାମିଲିର ଏକ ଜୀବାଣୁ ଅଟେ। ତେବେ ଏହା ପ୍ରଥମ ଥର ପାଇଁ ୨୦୦୧ରେ ଦେଖାଯାଇଥିଲା। ଏହା ଏକ ଶ୍ୱାସକ୍ରିୟା ସମ୍ବନ୍ଧିତ ଜୀବାଣୁ ଅଟେ ଯାହା ସାଧାରଣତଃ ଉପର ଏବଂ ତଳ ଶ୍ୱାସକ୍ରିୟା ରେ ସଂକ୍ରମଣ କରାଇଥାଏ। ତେବେ ଏହି ରୋଗର ଲକ୍ଷଣ ସାଧାରଣ ଥଣ୍ଡା କିମ୍ବା ଫ୍ଲୁ ସହ ସମାନ ଅଟେ।