Latest Odisha News

BREAKING NEWS

ଏହି କାରଣରୁ ଏସିଆ କପରୁ ଓହରିଲା ପାକିସ୍ତାନ

ନୂଆଦିଲ୍ଲୀ:ଭାରତ ଆସିବନି ପାକିସ୍ତାନ । ପାକିସ୍ତାନ ପୁରୁଷ ହକି ଦଳ ଅଗଷ୍ଟ ୨୯ ରୁ ସେପ୍ଟେମ୍ବର ୭ ପର୍ଯ୍ୟନ୍ତ ବିହାରର ରାଜଗିରରେ ଅନୁଷ୍ଠିତ ହେବାକୁ ଥିବା ଏସିଆ କପରୁ ଓହରି ଯାଇଛି ।

ବୁଧବାର ଦିନ ଏକ ସାକ୍ଷାତକାରରେ ହକି ଇଣ୍ଡିଆର ଜଣେ ଅଧିକାରୀ କହିଛନ୍ତି ଯେ, ଭାରତ ସରକାର ପାକିସ୍ତାନକୁ ଭିସା ଦେବାକୁ ଇଚ୍ଛୁକ ଥିଲେ ମଧ୍ୟ ସୁରକ୍ଷା କାରଣ ଦର୍ଶାଇ ପାକିସ୍ତାନ ହକି ଫେଡେରେସନ (PHF) ମନା କରିଦେଇଛି।

ଅଧିକାରୀ ଜଣକ କହିଛନ୍ତି ,ପ୍ରକୃତରେ PHF ବୁଧବାର ଏସୀୟ ହକି ମହାସଂଘକୁ ଏକ ଚିଠି ଲେଖି କହିଛି ଯେ ସୁରକ୍ଷା କାରଣରୁ ଏସିଆ କପରେ ଅଂଶଗ୍ରହଣ କରିପାରିବ ନାହିଁ। ଆମେ ଏବେ ବାଂଲାଦେଶକୁ ନିମନ୍ତ୍ରଣ କରିଛୁ ।

୨୦୨୬ ବିଶ୍ୱକପ୍ ପାଇଁ ଏସିଆ କପ୍ ଏକ ଯୋଗ୍ୟତା ଅର୍ଜନ ଇଭେଣ୍ଟ । ଏସିଆ କପ୍ ବିଜେତା ସିଧାସଳଖ ବିଶ୍ବକପକୁ ଯୋଗ୍ୟତା ଅର୍ଜନ କରିବାର ସୁଯୋଗ ଥିବାରୁ ଏହି ପ୍ରତିଯୋଗିତାର ଗୁରୁତ୍ବ ରହିଛି ।

ସୂଚନାଥାଉକି, ଦୁଇ ଦେଶ ମଧ୍ୟରେ ଜାରି ଉତ୍ତେଜନାକୁ ଦୃଷ୍ଟିରେ ରଖି ପ୍ରତିଯୋଗିତାରେ ପାକିସ୍ତାନର ଅଂଶଗ୍ରହଣକୁ ନେଇ ଅନିଶ୍ଚିତ ଥିଲା।ପିଏଚଏଫ ସ୍ପଷ୍ଟ କରିଥିଲା ଯେ ସୁରକ୍ଷା ଚିନ୍ତା ଅଛି ଏବଂ ବିକଳ୍ପ ଭାବରେ ଟୁର୍ଣ୍ଣାମେଣ୍ଟକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ମଧ୍ୟ ପରାମର୍ଶ ଦେଇଥିଲା।

ଜୁଲାଇ ଶେଷ ସୁଦ୍ଧା ଅଧିକାରୀମାନେ ଦାବି କରିଥିଲେ ଯେ ପାକିସ୍ତାନୀ ଦଳ ଭିସା ପାଇଁ ଆବେଦନ କରିଛି। କିନ୍ତୁ ପାକିସ୍ତାନ ସରକାର ନିକଟରେ ନିର୍ଦ୍ଦେଶ ଦେଇଛନ୍ତି ଯେ, କୌଣସି କ୍ରୀଡ଼ା ମହାସଂଘ ତାଙ୍କର ସ୍ପଷ୍ଟ ଅନୁମତି ବିନା ଭାରତ ଗସ୍ତର ନିମନ୍ତ୍ରଣ ଗ୍ରହଣ କରିବା ଉଚିତ୍ ନୁହେଁ।

ଏହି ନିଷ୍ପତ୍ତି ନଭେମ୍ବର-ଡିସେମ୍ବରରେ ଚେନ୍ନାଇ ଏବଂ ମାଦୁରାଇରେ ଅନୁଷ୍ଠିତ ହେବାକୁ ଥିବା ଜୁନିୟର ବିଶ୍ୱକପରେ ପାକିସ୍ତାନର ଅଂଶଗ୍ରହଣକୁ ମଧ୍ୟ ଆଶଙ୍କାରେ ପକାଇଛି।

 

Comments are closed.