ନୂଆଦିଲ୍ଲୀ:ହକି ଇଣ୍ଡିଆ ମାଲେସିଆର ଇପୋହ (Ipoh, Malaysia)ରେ ୨୩ ରୁ ୩୦ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ୩୧ତମ ସୁଲତାନ ଆଜଲାନ ଶାହ କପ୍ ୨୦୨୫(31st Sultan Azlan Shah Cup 2025) ପାଇଁ ଭାରତୀୟ ପୁରୁଷ ହକି ଦଳ ଘୋଷଣା କରିଛି। ଏହି ଇଭେଣ୍ଟ ପାଇଁ ସଞ୍ଜୟଙ୍କୁ ଦଳର ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି।
ଭାରତ ୨୩ ନଭେମ୍ବରରେ କୋରିଆ ବିପକ୍ଷରେ ନିଜର ଅଭିଯାନ ଆରମ୍ଭ କରିବ । ତା’ପରେ ୨୪ ନଭେମ୍ବରରେ ବେଲଜିୟମ ବିପକ୍ଷରେ ଖେଳିବ। ପୁରୁଷ ବ୍ଲୁ ଦଳ ୨୬ ନଭେମ୍ବରରେ ଆୟୋଜକ ମାଲେସିଆ ଏବଂ ୨୭ ନଭେମ୍ବରରେ ନ୍ୟୁଜିଲାଣ୍ଡ ସହିତ ମୁକାବିଲା କରିବ ଏବଂ ୨୯ ନଭେମ୍ବରରେ କାନାଡା ବିପକ୍ଷରେ ଲିଗ୍ ପର୍ଯ୍ୟାୟ ଶେଷ କରିବ। ଏହି ଟୁର୍ଣ୍ଣାମେଣ୍ଟ ରାଉଣ୍ଡ-ରବିନ୍ ଫର୍ମାଟରେ ଖେଳାଯିବ, ଯେଉଁଥିରେ ଶ୍ରେଷ୍ଠ ଦୁଇଟି ଦଳ ୩୦ ନଭେମ୍ବରରେ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବେ।
ଭାରତ ଶେଷ ଥର ପାଇଁ ୨୦୧୦ରେ ସୁଲତାନ ଆଜଲାନ ଶାହ କପ୍ ଟାଇଟଲ ଜିତିଥିଲା ଏବଂ ୨୦୧୯ରେ ରନର୍ସଅପ୍ ହୋଇଥିଲା। ଏକ ଦୃଢ଼ ଦଳ ଏବଂ ଦୃଢ଼ ପ୍ରସ୍ତୁତି ସହିତ, ମେନ୍ ଇନ୍ ବ୍ଲୁ ଇପୋହରେ ଏହି ଟାଇଟଲ ଜିତିବା ଲକ୍ଷ୍ୟରେ ଚେଷ୍ଟା କରିବ।
ଚୟନକର୍ତ୍ତାମାନେ ଭାରତର ପ୍ରଥମ ପସନ୍ଦର ଗୋଲକିପର କ୍ରିଷନ ବାହାଦୁର ପାଠକ ଏବଂ ସୁରଜ କରକେରାଙ୍କୁ ବିଶ୍ରାମ ଦେଇଛନ୍ତି ।ପବନ ଏବଂ ମୋହିତ ହୋନେନାହାଲ୍ଲି ଶଶିକୁମାରଙ୍କୁ ( Mohith Honnenahalli Shashikumar) ଦଳରେ ସ୍ଥାନ ଦେଇଛନ୍ତି।
ନିୟମିତ ଅଧିନାୟକ ହରମନପ୍ରୀତ ସିଂହ, ଅଭିଜ୍ଞ ମିଡଫିଲ୍ଡର ମନପ୍ରୀତ ସିଂହ ଏବଂ ଷ୍ଟ୍ରାଇକର ମନଦୀପ ସିଂହ ମଧ୍ୟ ଟୁର୍ଣ୍ଣାମେଣ୍ଟରେ ଖେଳିବେ ନାହିଁ।
ବରିଷ୍ଠ ଖେଳାଳି ସଞ୍ଜୟ, ଜୁଗରାଜ ସିଂହ ଏବଂ ଅମିତ ରୋହିଦାସଙ୍କୁ ପ୍ରତିରକ୍ଷା ଡିଫେନ୍ସ ଦିଆଯାଇଥିଲା।ଚାନ୍ଦୁରା ବବି, ନୀଲମ ସଞ୍ଜୀବ ଏବଂ ୟଶଦୀପ ମଧ୍ୟ ଏହି ଡିଫେନ୍ସ ରେ ଅଛନ୍ତି ।
ରାଜେନ୍ଦ୍ର ସିଂ, ରାଜକୁମାର ପାଲ, ନୀଳକଣ୍ଠ ଶର୍ମା, ରବିଚନ୍ଦ୍ରନ ସିଂ, ବିବେକ ସାଗର, ଏବଂ ମହମ୍ମଦ ରହୀମ ମୋସିନ ମିଡଫିଲ୍ଡ ଦାୟିତ୍ବ ଦିଆଯାଇଛି ।
ଫରଓ୍ବାର୍ଡ ଦାୟିତ୍ବରେ ରହିଛନ୍ତି ସୁଖଜିତ ସିଂ, ଶିଲାନନ୍ଦ ଲାକ୍ରା, ସେଲଭମ , ଆଦିତ୍ୟ ଅର୍ଜୁନ ଲାଲଗେ, ଦିଲପ୍ରୀତ ସିଂ ଏବଂ ଅଭିଷେକ ରହିଛନ୍ତି । ବରୁଣ କୁମାର, ବିଷ୍ଣୁ କାନ୍ତ ସିଂ, ହାର୍ଦ୍ଦିକ ସିଂ ଏବଂ ଅଙ୍ଗଦ ବିର୍ ସିଂ ଷ୍ଟାଣ୍ଡବାଇରେ ଅଛନ୍ତି।
Comments are closed.