Latest Odisha News

BREAKING NEWS

ବଲିଉଡର ଏହି ମନଛୁଆଁ ଗୀତରେ ହୋଲିର ମଜା ନିଅନ୍ତୁ…

ଭୁବନେଶ୍ୱର: ରଙ୍ଗର ଉତ୍ସବ ହୋଲି ଖେଳିବାକୁ ସମସ୍ତଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ଲାଗି ରହିଥାଏ । ହୋଲିରେ ଅନେକ ବ୍ୟକ୍ତି ବିଭିନ୍ନ ପ୍ରକାରର ରଙ୍ଗ ଖେଳିଥାନ୍ତି । ଏହି ପର୍ବକୁ ନେଇ ଅନେକ ଗୀତ ରହିଥିବା ବେଳେ ବଲିଉଡ ଗୀତ ବିନା ଏହାର ମଜା ଅଧୁରା ରହିଯାଏ ।

ଜାଣନ୍ତୁ, ହୋଲିକୁ ନେଇ କେଉଁସବୁ ସୁମଧୁର ବଲିଉଡ ଗୀତ ରହିଛି ।

ବଲମ ପିଚକାରୀ- ଏହି ସୁମଧୁର ଗୀତଟି ହିନ୍ଦୀ ଫିଲ୍ମ ‘ଏ ଜବାନୀ ହେ ଦୀୱାନୀ’ ଫିଲ୍ମରୁ ଆସିଛି । ଏହି ଗୀତରେ ରଣବୀରଙ୍କ ବିପକ୍ଷରେ ଦିପିକା ପାଦୁକୋନ ଧମାଲ କରିଥିଲେ ।

ଡୁ ମି ଏ ଫେବର ଲେଟ୍ସ ପ୍ଲେ ହୋଲି- ୨୦୦୫ରେ ରିଲିଜ ହୋଇଥିବା ‘ୱକ୍ତ-ଏ ରେସ୍ ଏଗନେଷ୍ଟ ଟାଇମ୍‌’ର । ଏହି ଗୀତକୁ ସୁନିଧି ଚୌହାନ ଓ ଅନୁ ମଲ୍ଲିକ ଗାଇଥିବା ବେଳେ ଅକ୍ଷୟ କୁମାର, ପ୍ରିୟଙ୍କା ଚୋପ୍ରା ଓ ଅମିତାଭ ବଚ୍ଚନ ଅଭିନୟ କରିଥିଲେ ।

ହୋଲି ଖେଲେ ରଘୁବୀର- ଏହି ଗୀତଟି ୨୦୦୩ ମସିହାରେ ରିଲିଜ ହୋଇଥିବା ‘ଭାଗବାନ’ ଚଳଚ୍ଚିତ୍ରର । ଯେଉଁଥିରେ ଅମିତାଭ ବଚ୍ଚନ ଓ ହେମା ମାଳିନୀ ନଜର ଆସିଥିଲେ ।

ସୋନି ସୋନି ଆଖୋଁୱାଲି- ହିନ୍ଦୀ ଫିଲ୍ମ ମୋହବତେଁ (୨୦୦୦)ର ସୁମଧୁର ଗୀତ । ଏହାକୁ ଗାଇଥିଲେ ଉଦିତ ନାରାୟଣ, ଜଶପିନ୍ଦର ନରୁଲା, ଉଦ୍ଧବ, ମନୋହର ସେଟ୍ଟୀ ଓ ଶ୍ୱେତା ପଣ୍ଡିତ ପ୍ରମୁଖ ।

ଅଙ୍ଗ ସେ ଅଙ୍ଗ ଲଗାନା- ୧୯୯୩ ମସିହାରେ ରିଲିଜ ହୋଇଥିବା ଫିଲ୍ମ ‘ଡର’ରେ ହୋଲି ଉତ୍ସବରେ ନାୟକ ନାୟିକା ଏହି ଗୀତରେ ଝୁମିଥିଲେ ।

ହୋଲି ଆୟି ହୋଲି ଆୟି- ୧୯୮୪ ମସିହାରେ ଆସିଥିବା ‘ମସାଲ’ ଫିଲ୍ମରେ ଏହି ଗୀତ ରହିଥିଲା ।

ରଙ୍ଗ ବରଷେ ଭିଗେ ଚୁନର ୱାଲି- ଏହି ଗୀତ ୧୯୮୧ ମସିହାର ଲୋକପ୍ରିୟ ଚଳଚ୍ଚିତ୍ର ‘ସିଲସିଲା’ରେ ରହିଥିଲା । ଯେଉଁ ଗୀତକୁ ନିଜେ ଅମିତାଭ ବଚ୍ଚନ ଗାଇବା ସହ ପିତା ହରିବଂଶ ରାୟ ବଚ୍ଚନ ଲେଖିଥିଲେ ।

ହୋଲି କେ ଦିନ ଦିଲ୍ ମିଲ୍ ଜାତେ ହେଁ- ୧୯୭୫ ମସିହାର ବ୍ଲକ୍ ବ୍ଲାଷ୍ଟର ଫିଲ୍ମ ‘ସୋଲେ’ର ଏକ ଲୋକପ୍ରିୟ ଗୀତ । ଯେଉଁଥିରେ ହେମା ମାଳିନୀ ଓ ଧର୍ମେନ୍ଦ୍ର ପ୍ରଧାନ ଅଭିନୟ କରିଥିଲେ ।

Leave A Reply

Your email address will not be published.