Latest Odisha News

ହୋଲି ପାଇଁ କମିଶନରେଟ୍ ପୋଲିସର କଡ଼ା କଟକଣା

ଭୁବନେଶ୍ବର : ରାତି ପାହିଲେ ରଙ୍ଗର ପର୍ବ ହୋଲି । ହେଲେ କରୋନା ପାଇଁ ରାଜଧାନୀରେ ଜାରି ହୋଇଛି କଟକଣା । ସଂକ୍ରମଣ ବଢୁଥିବାରୁ ବାହାରେ ରଙ୍ଗ ନଖେଳିବାକୁ ବିଏମସି କଟକଣା ଲଗାଇଛି । ତେବେ ଏହି କଟକଣାକୁ ରାଜଧାନୀବାସୀ ମାନନ୍ତୁ ବୋଲି କମିଶନରେଟ୍ ପୋଲିସ ନିବେଦନ କରିଛି ।

କରୋନା ସଂକ୍ରମଣ ବଢୁଥିବାରୁ ହୋଲିରେ ବାହାରେ ରଙ୍ଗ ନଖେଳିବାକୁ କୁହାଯାଇଛି । କେବଳ ପରିବାର ଲୋକଙ୍କ ସହ ଘରେ ରହି ରଙ୍ଗ ଖେଳନ୍ତୁ ବୋଲି କହିଛନ୍ତି ଭୁବନେଶ୍ବର ଡିସିପି । ହୋଲି ପାଇଁ ଆସନ୍ତାକାଲି ଭୁବନେଶ୍ବରରେ ୧୫ ପ୍ଲାଟୁନ ଫୋର୍ସ ମୁତୟନ ରହିବେ । ବିଭିନ୍ନ ଚକ, ଭିଡ଼ ସ୍ଥାନ ଓ ଗାଧୁଆ ତୁଠ ଉପରେ ପୋଲିସର କଡ଼ା ନଜର ରହିବ । ଏହାସହ ୨୦ଟି ପିସିଆର ପାଟ୍ରୋଲିଂ କରିବ । ତେବେ ନିୟମର ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।

Comments are closed.