Latest Odisha News

BREAKING NEWS

ରାସ୍ତାକଡ଼ ଦୋକାନ ଉପରେ ଚଢିଗଲା ଟ୍ରକ୍‌, ୮ ମୃତ 

ପାଟନା: ନିୟନ୍ତ୍ରଣ ହରାଇ ରାସ୍ତା କଡ଼ ଦୋକାନ ଉପରେ ଟ୍ରକ ଚଢ଼ିଯିବାରୁ ୮ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ବିହାରର ନାଳନ୍ଦା ଜିଲ୍ଲାର ତେଲ୍ହାଡା ଥାନା ପାଖରେ ଘଟିଛି ଏହି ଦୁର୍ଘଟଣା ।

BjdElectrycity

ସୂଚନା ଅନୁସାରେ, କେହି କିଛି ବୁଝିବା ଆଗରୁ ଜାହାନାବାଦରୁ ନାଳନ୍ଦା ଆଡ଼କୁ ଆସୁଥିବା ଟ୍ରକ୍‌ ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଥିବା ଦୋକନଗୁଡ଼ିକ ଉପରେ ମାଡିଯାଇଥିଲା । ଫଳରେ ଦୋକାନୀ ଏବଂ ଗ୍ରାହକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପରେ ଉତ୍ୟକ୍ତ ଲୋକେ ସେମାନଙ୍କ ଉପରେ ପଥର ମାଡ କରିଛନ୍ତି ।

ମୃତ୍ୟୁ ସଂଖ୍ୟା ଆହୁରି ବଢିବ ବୋଲି ଆଶଙ୍କା କରାଯାଉଛି । ନାଳନ୍ଦା ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ତୁରନ୍ତ ଅନୁକମ୍ପା ରାଶି ପ୍ରଦାନ କରିବାକୁ ସେ ଘୋଷଣା କରିଛନ୍ତି । ଏହାସହ ଆହତଙ୍କ ଆଶୁ ଆରୋଗ୍ୟ ମଧ୍ୟ କମାନା କରିଛନ୍ତି ।

Leave A Reply

Your email address will not be published.